Sunday, 17 May 2026
ଓଡ଼ିଶା

୩ ଲକ୍ଷରୁ ଅଧିକ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୧/୦୮: ଓଡ଼ିଶା ସରକାର ୪୫ ହଜାର ପ୍ରାଥମିକ ସ୍କୁଲରେ ପଢ଼ୁଥିବା ୩ ଲକ୍ଷରୁ ଅଧିକ ଶିଶୁ ବାଟିକା ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ପ୍ରଦାନ କରୁଛନ୍ତି । ଛାତ୍ରଛାତ୍ରୀମାନେ ୟୁନିଫର୍ମ ପାଇଁ ୧୦୦୦ ଟଙ୍କା ପାଇବେ । ଯାହା ଦ୍ୱାରା ସେମାନେ ସ୍କୁଲ ଯିବାକୁ ପ୍ରୋତ୍ସାହନ ମିଳିବ। ସେହିପରି ଆଗାମୀ ଦିନରେ ସେମାନେ ‘ଜାଦୁଇ ପିଟାରା’ (NCERT ଦ୍ୱାରା) ମଧ୍ୟ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

କହିରଖୁ କି, ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟର ୪୧ ଲକ୍ଷ ୩୧ ହଜାର ୨୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ମୁଣ୍ଡ ପିଛା ୬୦୦ ଟଙ୍କା କରାଯାଇଛି । କିନ୍ତୁ ଶିଶୁବାଟିକା ପାଇଁ ସ୍ୱତନ୍ତ୍ର ପାଣ୍ଠି ନଥିବାରୁ ଏଥିପାଇଁ ପାଣ୍ଠି ଅନୁମୋଦନ ଦେବାକୁ ଓସେପା ପକ୍ଷରୁ ଚିଠି ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL