Sunday, 17 May 2026
ଓଡ଼ିଶା ଜାତୀୟ ରାଜ୍ୟ

ନେପାଳରେ କମାଲ ଦେଖାଇଲେ ଓଡିଆ ଝିଅ, ରାଜ୍ୟର ରଖିଲେ ମାନ

 

ଜାତୀୟ ଗୈରବ ଲଳିତା …‘ସେପ୍ଟି ବୋଟ’ ପ୍ରକଳ୍ପରେ ଦେଶରେ ରହିଲା ଚିତ୍ରକୋଣ୍ଡାର ନାଆଁ…ଦର୍ଶକବନ୍ଧୁ କଥାରେ ଅଛି … ତୁଳସୀ ଦୁଇ ପତ୍ରରୁ ବାସେ …ସେମିତି ଯଦି ମନରେ କିଛି କରି ଦେଖାଇବାର ଇଚ୍ଛା ଥିବ … ତେବେ କେବେନା କେବେ ସେ ଇଚ୍ଚା ନିଶ୍ଚିତ ପୂରଣ ହେବ … ସେଇ ଭଳି ଏକ ଆମ ରାଜ୍ଯ ଓଡିଶା ପାଇଁ ଏକ ଅନନ୍ଯା ଉଦାହରଣ ସାଜିଛନ୍ତି ମାଲକାନଗିରିର ଝିଅ ଲଳିତା ଖିଲ…

ଆମେ କହୁଛୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ତ ବ୍ଲକ ଦୋରାଗୁଡ଼ା ପଂଚାୟତ ର ଦୋରାଗୁଡ଼ାଏ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଲଳିତା ଖିଲଙ୍କ କଥା … ନିଜର ସହଯୋଗୀ ଡମ୍ବରୁ ଧର ଗୋଲରୀ ଓ ସହାୟକ ଶିକ୍ଷକ ଦେବବ୍ରତ ଦାସ ପଟ୍ଟନାୟକ ସହ national council of educational resources and training (NCERT)ଆନୁକୂଲ୍ୟ ରେ 52ତମ ରାଷ୍ଟ୍ରୀୟ ବାଳ ବୌଜ୍ଞାନିକ ପ୍ରଦର୍ଶନୀ-2025 ବିଜ୍ଞାନ ମେଳା ପ୍ରତିଯୋଗିତାରେ ଭାଗ ନେବାକୁ ଭୋପାଳ ଯାଇଥିଲେ।ସେଠାରେ ଏହି ପ୍ରତିଯୋଗିତା ତା ୧୮।୧୧ ଠାରୁ ୨୩।୧୧ ପର୍ଯ୍ୟନ୍ତ ଚାଲିଥିଲା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ପ୍ରକଳ୍ପକୁ ପଛରେ ପକାଇ ଲଳିତାଙ୍କ ସୁରକ୍ଷିତ ବୋଟ ପ୍ରକଳ୍ପଟି ଶ୍ରେଷ୍ଟ ବିବେଚିତ ହୋଇଥିଲା ଓ ପୁରସ୍କୃତ ହୋଇଥିଲେ..

ଲଳିତାଙ୍କ କହିବା ଅନୁସାରେ ବହୁ ଜାଗାରେ ଡ଼ଙ୍ଗା ବୁଡି ମୃତ୍ୟ ଘଟଣା ରେ ବହୁ ଜୀବନ ନଷ୍ଟ ହୋଉଅଛି ଏହାକୁ ଲକ୍ଷ କରି ଅର୍କମେଡୀସ ଙ୍କ ଓ ପାସ୍କାଳଙ୍କ ନିୟମ ଅନୁସାରେ ଏହି project ଟି ପ୍ରସ୍ତୁତ କରିଛନ୍ତି ଯାହାକି ପରବର୍ତୀ ସମୟରେ ଲକମାନଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ ହୋଇପାରିବ lଏହି ପ୍ରଜେକଟ ଟିକୁ ସର୍ବପ୍ରଥମେ ଚିତ୍ରକୋଣ୍ଡା ବ୍ଲକ ରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ଯାଇ ସେଠାରେ ମଧ୍ୟ best live saving project of the year ରୂପେ ମାନନୀତ ହୋଇ ଚିତ୍ରକୋଣ୍ଡା ବ୍ଲକ ତଥା ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ର ଗୌରବ ଅଣିଥିବାରୁ ମାଲକାନଗିରି ଜିଲ୍ଲାର ବିଶେଷ କରି ଚିତ୍ରକୋଣ୍ଡା ବ୍ଲକରେ ଖୁସିର ଲହରୀ ଖେଳି ଯାଇଛି…

ଏହିପରି ବିଦ୍ୟାଳୟ ର ଅନ୍ୟ ଛାତ୍ର ଛାତ୍ରୀ କହିବା ଅନୁସାରେ ସେ କୁମାରୀ ଲଳିତା ଖିଲ ଙ୍କୁ ଦେଖି ଅନୁପ୍ରାଣିତ ହୋଇ ସେ ମଧ୍ୟ ତାଙ୍କ ପରି ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିବେ ଆଉ ଜାତୀୟ ସ୍ତରରେ ନାମ କରିବେ ବୋଲି ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL