କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଏଟିଏମ୍ ଚୋରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଚୋର ଏଟିଏମ୍ ମେସିନକୁ ଉଠେଇ ନେଇଛନ୍ତି। ଚୋରି ସମୟରେ ଏଟିଏମ୍ ମେସିନ୍ ଭିତରେ ପ୍ରାୟ ଏକ ଲକ୍ଷ ଟଙ୍କା ଥିଲା। ଚୋରମାନେ ପହଞ୍ଚିବା ପରେ, ପ୍ରଥମେ ସିସି ଟିଭି କ୍ୟାମେରାର କନେକ୍ସନ କାଟିଦେଇଥଲେ, ତା’ପରେ ଆଲାର୍ମ ବାଜିବାରୁ ନିଜକୁ ବଞ୍ଚାଇବା ପାଇଁ ସେନ୍ସରରେ କଳା ରଙ୍ଗ ସ୍ପ୍ରେ କରିଦେଲେ, ଏବଂ ପରେ ସେମାନେ ଏଟିଏମ୍ ମେସିନକୁ ଠେଲା ଉପରେ ଲଦି ଫେରାର ହୋଇଯାଇଥିଲେ।
ପ୍ରକୃତରେ, ବେଙ୍ଗାଲୁରୁରେ ଏଟିଏମ୍ କ୍ୟାସ୍ ଭ୍ୟାନ୍ ଡକାୟତିର ଦୁଇ ସପ୍ତାହ ପରେ, ବେଲାଗାଭିରୁ ଆଉ ଏକ ଏଟିଏମ୍ ଡକାୟତି ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଏଟିଏମ୍ ମେସିନ୍ କୁ ହିଁ ଚୋରମାନେ ଉଠାଇ ନେଇଯାଇଛନ୍ତି।
ଦି ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାଟି ରବିବାର ବୋଲି କୁହାଯାଉଛି। ବିଳମ୍ବିତ ରାତିରେ ବେଲାଗାଭି ସହର ଉପକଣ୍ଠରେ ଜାତୀୟ ରାଜପଥ 48 ର ହୋସା ଭାଣ୍ଟାମୁରି ଗାଁରେ ଥିବା ଏଟିଏମକୁ ଗୋଟେ ଠେଲା ଗାଡ଼ିରେ ଲଦି ଚୋର ଚାଲିଯାଇଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ତିନି ଜଣ ଅଜଣା ବ୍ୟକ୍ତି ଏକ ଠେଲା ଗାଡି ସହିତ ଆସି ୱାନ୍ ଇଣ୍ଡିଆ ଏଟିଏମ୍ ଭିତରକୁ ପଶିଗଲେ। ଚୋରମାନେ ଆଲାର୍ମ ବାଜିବାରୁ ବଞ୍ଚିବା ପାଇଁ ସେନ୍ସରରେ କଳା ରଙ୍ଗ ସ୍ପ୍ରେ କରିଥିଲେ। ସିଷ୍ଟମ ଅଚଳ ହୋଇଯିବା ପରେ, ସେହି ଗ୍ୟାଙ୍ଗ୍ ଏଟିଏମ୍ ମେସିନ୍ ଭାଙ୍ଗି ସାଙ୍ଗରେ ଆଣିଥିବା ଠେଲାରେ ଲଦି ପ୍ରାୟ 200 ମିଟର ଦୂରକୁ ଠେଲି ଦେଇଥିଲେ। ଏହାପରେ ସେମାନେ ପାଖରେ ଠିଆ ହୋଇଥିବା ଗାଡ଼ିରେ ଲୋଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ ଡକାୟତି ସମୟରେ ଏଟିଏମ୍ରେ ପ୍ରାୟ ₹୧ ଲକ୍ଷରୁ ଅଧିକ ଟଙ୍କା ଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, କାକାଟି ପୋଲିସ ଷ୍ଟେସନର ଅଧିକାରୀ ପହଞ୍ଚି ଘଟଣାସ୍ଥଳରେ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି। ଅପରାଧୀଙ୍କୁ ଖୋଜା ଚାଲିଛି। ତଦନ୍ତରେ ସହାୟତା କରିବା ପାଇଁ ନିକଟରେ ଥି

