ପୂର୍ବ ମାଲେସିଆର ବୋର୍ନିଓ ଦ୍ୱୀପର ସାବା ରାଜ୍ୟର ଉପକୂଳରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ତୀବ୍ରତା 7.1 ଥିଲା ଏବଂ ଏହା କୋଟା କିନାବାଲୁରୁ 100 କିଲୋମିଟର ଉତ୍ତର-ପୂର୍ବରେ କେନ୍ଦ୍ରିତ ଥିଲା। ସ୍ଥାନୀୟ ସମୟ ଦିନ ୧୨:୫୭ ମିନିଟରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ଗଭୀରତା ୬୧୯.୮ କିଲୋମିଟର ବୋଲି ଜଣାପଡିଛି। ରବିବାର ରାତିରେ ଅଧିକାଂଶ ଲୋକ ଶୋଇଥିବା ସମୟରେ ଭୂମିକମ୍ପ ହୋଇଥିଲା। ସ୍ଥାନୀୟ ବାସିନ୍ଦାମାନେ ମୃଦୁରୁ ମଧ୍ୟମ ଧରଣର ଭୂକମ୍ପ ଅନୁଭବ କରିଥିଲେ।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପଟି ଭୂମିଠାରୁ ପ୍ରାୟ 619.8 କିଲୋମିଟର ଗଭୀରରେ ହୋଇଥିଲା। ଗଭୀରତା ଯୋଗୁଁ, ବ୍ୟାପକ ଜୀବନ ଏବଂ ସମ୍ପତ୍ତି କ୍ଷୟ କ୍ଷତି ହେବାର ସମ୍ଭାବନା କମ୍ ବୋଲି ଜଣାପଡିଛି । ଭୂମିକମ୍ପ ପାଇଁ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ପାଣିପାଗ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ ଭୂମିକମ୍ପ ବହୁତ ଗଭୀରରେ ହୋଇଥିଲା, ତେଣୁ ସମୁଦ୍ରରେ ବଡ଼ ଢେଉ ହେବାର କୌଣସି ଆଶଙ୍କା ନାହିଁ।

