Sunday, 17 May 2026
ଜାତୀୟ ଜ଼ିଲ୍ଲା

ଧାନକିଣା ସମ୍ପର୍କିତ ଅଭିଯୋଗର ତୁରନ୍ତ ଆଶୁ ସମାଧାନ

ଶୁଣାଣି ପାଇଁ ପ୍ରତି ଜିଲ୍ଲାରେ ନିଯୁକ୍ତ ନୋଡାଲ ଅଧିକାରୀ
ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଚାଷୀମାନଙ୍କ ନିମନ୍ତେ ସରକାର ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି l କୃଷକମାନଙ୍କ ଧାନ ବିକ୍ରୟ ସଂକ୍ରାନ୍ତୀୟ ବିଭିନ୍ନ ଅଭିଯୋଗର ତ୍ବରିତ ସମାଧାନ ପାଇଁ ସମସ୍ତ ଜିଲ୍ଲାରେ ନୋଡାଲ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି l କୃଷକମାନେ ଘରେ ବସି ସେମାନଙ୍କ ଟୋକନ ନମ୍ବର, ସର୍ବନିମ୍ନ ସହାୟତା ମୂଲ୍ଯ ପ୍ରାପ୍ଯ ଆଦି ସଂପର୍କରେ ଜାଣିପାରିବେ l ଏଥି ସହ ଇଣ୍ଟରଆକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି, ଯାହାଦ୍ୱାରା ଅଭିଯୋଗ ପଞ୍ଜିକରଣ ସହଜ ହୋଇଛି l
ଏପରିକି ରାଜ୍ଯ ଖାଦ୍ୟଯୋଗାଣ ନିଗମ ପରିସରରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଖୋଲା ଯାଇଛି l କୌଣସି ଅଭିଯୋଗ ଥିଲେ ଚାଷୀମାନେ ୧୯୬୭କୁ ପ୍ରତ୍ଯକ୍ଷ ଭାବେ ଯୋଗାଯୋଗ କରିପାରୁଛନ୍ତି l ଗତ ମାସକ ମଧ୍ୟରେ ୧୬ ହଜାର ୫୮୪ଟି କଲ ଆସିଥିବା ବେଳେ ସେଥିମଧ୍ୟରୁ ଧାନ ସଂଗ୍ରହ ସଂକ୍ରାନ୍ତୀୟ ୧୪ ହଜାର ୭୨୮ଟି କଲ ରହିଛି । ସେହିଭଳି ୧୩ ହଜାର ୩୬୫ଟି ଆଉଟ ଗୋଇଙ୍ଗ ରହିଛି । ଏଥିମଧ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ରାଶି ପ୍ରଦାନ ଓ ଧାନ ସଂଗ୍ରହ ଯାଞ୍ଚ ସମ୍ପର୍କିତ କଲ ରହିଥିବା ଜଣାପଡିଛି ।
ଏହି ଅଭିଯୋଗକୁ ଭିତ୍ତିକରି ଅଧିକାରୀମାନେ ଏହାକୁ ଯାଞ୍ଚ କରିବା ସହ ସମାଧାନ ପାଇଁ ତ୍ବରିତ ପଦକ୍ଷେପ ଗ୍ରହଣ କରୁଛନ୍ତି l ଏତଦବ୍ଯତୀତ ଅଭିଯୋଗ ପୋର୍ଟାଲରୁ ପ୍ରାପ୍ତ ସୁଚନାକୁ ମଧ୍ୟ ଅଧିକାରୀମାନେ ଯାଞ୍ଚ କରି ଆବଶ୍ଯକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL