Sunday, 17 May 2026
ଓଡ଼ିଶା

ପୁଣି କ୍ୟାମ୍ପସ୍ ଅଶାନ୍ତ: କଲେଜ ନିର୍ବାଚନ ବନ୍ଦ ପାଇଁ ସରକାରଙ୍କ ଉପରେ ଅଜଣା ଚାପ!

କ୍ୟାମ୍ପସରେ ହିଂସା ଏବଂ କୋଭିଡ୍ -୧୯ ମହାମାରୀ ସମେତ ବିଭିନ୍ନ କାରଣ ଯୋଗୁ ପୂର୍ବ ବିଜେଡି ସରକାର ୨୦୧୮ ମସିହାରୁ କଲେଜ ନିର୍ବାଚନ ବନ୍ଦ କରି ଦେଇଥିଲେ। ବିଜେପି ସରକାର  ୨୦୨୪ ନିର୍ବାଚନ ଇସ୍ତାହାରରେ କ୍ଷମତାକୁ ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସାତ ବର୍ଷର ବ୍ୟବଧାନ ପରେ, ଓଡ଼ିଶା ସରକାର ଚଳିତ ବର୍ଷ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂଘର ନିର୍ବାଚନ କରିବାକୁ ଯୋଜନା କରାଯାଉଛି ‌ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ।  ଚଳିତ ବର୍ଷ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କିନ୍ତୁ ସମ୍ପ୍ରତି ଲଗାତାର ଭାବେ କିଛି ଦିନ ଧରି ରାଜ୍ୟର ବିଭିନ୍ନ ପ୍ରମୁଖ କଲେଜର କ୍ୟାମ୍ପସ୍ ଅଶାନ୍ତ ହେବାରେ ଲାଗିଛି। ଏହାକୁ ନେଇ ପୁଣିଥରେ କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୁଣି କ୍ୟାମ୍ପସ୍ ଅଶାନ୍ତ ହେବା ଆଳରେ କଲେଜ ନିର୍ବାଚନ ବନ୍ଦ ପାଇଁ ସରକାରଙ୍କ ଉପରେ ଅଜଣା ଚାପ ପକାଯାଉଛି କି ବୋଲି ଏବେ ପ୍ରଶ୍ନ ମଧ୍ୟ ଉଠିବାରେ ଲାଗିଲାଣି। ନୂଆ ସରକାର ରାଜି ଥିବାବେଳେ ଅଜଣା ଚାପ କାହିଁକି ବୋଲି ଚର୍ଚ୍ଚା ମଧ୍ୟ ସରଗରମ ହେବାରେ ଲାଗିଲାଣି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL