Sunday, 17 May 2026
ଅପରାଧ ରାଜ୍ୟ

ପୁଅ ଜନ୍ମ ନହେବାରୁ ମା ସହ ୫ଝିଅଙ୍କୁ ଛାଡିଦେଲା ବାପା…

ସମାଜ ହେଉଛି ଧ୍ବଂସାଭିମୁଖୀ ଯେଉଁଠାରେ ଆମେ ଜାତି ଧର୍ମ ବର୍ଣ୍ଣ ନିରପେକ୍ଷତାକୁ ବିଶ୍ବାସ କରୁ ତେବେ ଏହି ସମୟରେ ପୁଅ ଜନ୍ମ ନହେବାରୁ ଜଣେ ମହିଳାଙ୍କୁ ଶୀତ ରାତିରେ ଘରୁ ବାହାର କରିଦେବ ଘଟଣା ଜନମାନସରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଖାଲି ସ୍ତ୍ରୀ ନୁହେଁ ତା ସହିତ ଥିବା ୫ ଝିଅଙ୍କୁ ଘରୁ ବିଦା କାରୀ ଦେଇଛନ୍ତି ସ୍ଵାମୀ ଚୈତନ୍ୟ ସୂଚନା ଅନୁଯାୟୀ ପୁଅ ଜନ୍ମ ନହେବାରୁ ମା ସହିତ ପାଞ୍ଚ ଝିଅଙ୍କୁ ଘରୁ ବାହାର କରିଦେବା ପରେ ସେମାନେ ସୁଧାର କେନ୍ଦ୍ର ଯିବାକୁ ବାଧ୍ୟ ହୋଇଛନ୍ତି, ଏପରି ଏକ କରୁଣ ଚିତ୍ର ଭାବିଲା ବେଳକୁ ଆଖିରୁ ଲୁହ ଝରି ଆସୁଛି । “ତୁ ମତେ ପୁଅ ଦେଇ ପାରୁନୁ ,ଏହି ଘରେ ରହିବାର ଅଧିକାର ତୋର ନାହିଁ” ଏମିତି କହି ସ୍ବାମୀ ବାହାର କରିଦେଇଛି ସେମାନଙ୍କୁ । ମାତ୍ର ପନ୍ଦର ଦିନର କନ୍ୟା ଶିଶୁ ଏବଂ ଜନ୍ମିତ ଅନ୍ୟ ଚାରି ଝିଅଙ୍କୁ ଧରି ଶୀତ ରାତିରେ ଆଶ୍ରୟ ପାଇଁ ଦୁଆର ଦୁଆର ବୁଲି ପହଞ୍ଚିଥିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏବଂ ଅନ୍ୟ ଉପାୟ ନପାଇ ଶୀତ ରାତିରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବାସ ଗୃହ ନିକଟରେ ଆଶ୍ରୟ ନେଇଥିଲେ ।ଏନେଇ ଖବର ପାଇ ପହଞ୍ଚିଥିଲେ ରାଜ୍ୟ ମାନବାଧିକାର କର୍ମୀ ପୁଷ୍ପାଞ୍ଜଳି ରଣା । ସମସ୍ତ ଘଟଣା ଶୁଣିବା ପରେ ଢେ଼ଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗନ୍ଦିଆ ଅଞ୍ଚଳରେ ଥିବା ଏକ ସୁଧାର ଗୃହକୁ ଛଅ ପ୍ରାଣୀ କୁଟୁମ୍ବ ଙ୍କୁ ନେଇ ଥଇଥାନ କରିଥିଲେ ।

୧୪ ବର୍ଷର ବିବାହ ପରେ ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୂରୁଗା ଗ୍ରାମରେ । । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚୈତନ୍ୟଙ୍କ ପାଞ୍ଚଟି କନ୍ୟା ସନ୍ତାନ ଥିବା ବେଳେ ପୁଅ ଜନ୍ମ ନହେବାରୁ ସ୍ତ୍ରୀ ଉପରେ ବାରମ୍ବାର ଅକଥନୀୟ ଅତ୍ୟାଚାର କରିବା ନେଇ ଅଭିଯୋଗ ଆସିଛି । ଏନେଇ ପରିବାର ପକ୍ଷରୁ ଭୁବନ ଥାନା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା ଙ୍କ ମା ମୋହନା ନାୟକ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL