Sunday, 17 May 2026
ଅପରାଧ ଜାତୀୟ

ବଡ଼ ଘର ବଡ଼ ଗୁମର କଥା…

ଲୋକପ୍ରିୟ ପାନ ମସଲା କମ୍ପାନୀ କମଳା ପସନ୍ଦ ଏବଂ ରାଜଶ୍ରୀ ପାନ ମସଲାର ମାଲିକ କମଲ କିଶୋରଙ୍କ ବୋହୂ ଦୀପ୍ତି ଚୌରାସିଆ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ପୋଲିସ କହିବା ଅନୁସାରେ, ତାଙ୍କ ମୃତଦେହ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଛି।

ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ସେ କାହାକୁ ଦୋଷ ଦେଇ ନାହାଁନ୍ତି। ସୁଇସାଇଡ ନୋଟରେ ଲେଖାଯାଇଛି, “ଯଦି କୌଣସି ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ ନାହିଁ, ତେବେ ଏଥିରେ ରହିବାର ଅର୍ଥ କ’ଣ?” ତଥାପି, ମୃତକଙ୍କ ପରିବାର ତାଙ୍କ ଶ୍ୱଶୁର ଘର ଲୋକଙ୍କ ଉପରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଦୀପ୍ତି ୨୦୧୦ ମସିହାରେ କମଲ କିଶୋରଙ୍କ ପୁଅ ଅର୍ପିତ ଚୌରାସିଆଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୧୪ ବର୍ଷର ପୁଅ ଅଛି। କୁହାଯାଉଛି କି ଗତ କିଛି ବର୍ଷ ଧରି ଦୀପ୍ତି ଏବଂ ଅର୍ପିତଙ୍କ ସମ୍ପର୍କରେ ତିକ୍ତତା ଦେଖାଯାଇଥିଲା ଯାହା ପ୍ରାପ୍ତ ଖବରରୁ ଜଣା ପଡୁଛି । କାରଣ ଅର୍ପିତ ଦୁଇଥର ବିବାହ କରିଛନ୍ତି। ତାଙ୍କ ଦ୍ୱିତୀୟ ପତ୍ନୀ ଜଣେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ। ଦିଲ୍ଲୀର ବସନ୍ତ ବିହାର ପୋଲିସ ଦୀପ୍ତି ଚୌରାସିଆଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL