Sunday, 17 May 2026
ଲାଇଫ ଷ୍ଟାଇଲ

ଶୀତ ଦିନେ ନିଶ୍ଚୟ ଖାଦ୍ୟରେ ସାମିଲ କରନ୍ତୁ ମେଥି ଶାଗ, ମିଳିବ ଅନେକ ରୋଗରୁ ଉପଶମ

ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଶାଗ ଖାଇଲେ ନାନା ରୋଗ ଦୂର ହୋଇଥାଏ। ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, ମାଙ୍ଗାନିଜ, ପ୍ରୋଟିନ୍‌, ଫାଇବର୍‌, ଭିଟାମିନ୍ ସି’, ନିୟାସିନ୍‌, ଆଇରନ୍‌, ଫଲିକ୍ ଏସିଡ୍‌, ମ୍ୟାଗ୍ନେସିୟମ, କପର୍ ପ୍ରଚୁର ପରିମାଣରେ ରହିଛି । ଏସବୁ ପୋଷକ ତତ୍ତ୍ୱ ଆମ ଶରୀର ପାଇଁ ନିହାତି ଜରୁରୀ । ଉଚ୍ଚ ରକ୍ତଚାପ, ଡାଇବେଟିସ୍ ରୋଗୀ ଏହି ଶାଗ ଖାଇଲେ ବହୁ ଉପକାର ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି । ମେଥି ଶାଗ ଖାଇଲେ କୋଲେଷ୍ଟରଲ୍ ମାତ୍ରା କମ୍ ହୋଇଥାଏ । ଏହି କାରଣରୁ ହୃତ୍‌ପିଣ୍ଡ ଜନିତ ରୋଗ ଆଶଙ୍କା ମଧ୍ୟ କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ଜରୁରୀ ।

ମେଥି ଶାଗ ଶୀତରେ ଶରୀରକୁ ଗରମ ରଖିଥାଏ । ଖାସ କରି ଶୀତଦିନେ ଏହି ଶାଗଟିକୁ ଦେଖିବାକୁ ମିଳିଥାଏ । ମେଥିକୁ ଆମେ ଯେକୌଣସି ଉପାୟରେ ରାନ୍ଧିକି ଖାଇଲେ ମଧ୍ୟ ଲାଭ ମିଳିଥାଏ । ମେଥିର ପ୍ରସ୍ତୁତ ରୁଟି ,ପରଟା ଇତ୍ୟାଦି ଦେହ ପାଇଁ ଅତ୍ୟନ୍ତ ଉପଯୋଗୀ । କିନ୍ତୁ ସେଥିପାଇଁ ସବୁଜ ମେଥିପତ୍ର ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ମେଥି ଶାଗର ଉପକାରୀ ଗୁଣ ସମ୍ପର୍କରେ ।

ଶରୀର ପୀଡାରୁ ମୁକ୍ତି ମିଳିଥାଏ :-

ମେଥି ଶାଗ ଗଣ୍ଠି ବାତ ବା ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ । ମେଥି ମଞ୍ଜିରେ କ୍ୟାଲସିୟମ, ଆଇରନ ଏବଂ ଫସଫରସ ରହିଛି ଯେଉଁଥିପାଇଁ ଶରୀର ପୀଡାରୁ ମୁକ୍ତି ମିଳିଥାଏ । ଯେଉଁମାନଙ୍କ ଗଣ୍ଠି ରୋଗ ରହିଛି ସେମାନଙ୍କୁ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ ।

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ :-

ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଲିପୋପ୍ରୋଟିନ ରହିଛି ଯାହା କୋଲେଷ୍ଟ୍ରୋଲର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ ।ମେଥି ଶାଗ ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ମେଥି ପତ୍ରରେ ଅନେକ ଶକ୍ତିଶାଳୀ ଗୁଣ ରହିଛି ,ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହଟାଇ ଭଲ କୋଲେଷ୍ଟ୍ରଲକୁ ସ୍ଥାପନ କରିବା ପାଇଁ ଶୀତଦିନେ ନିଜ ଖାଦ୍ୟରେ ମେଥି ସାମିଲ କରନ୍ତୁ ।

ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖେ :-

ମଧୁମେହ ରୋଗୀଙ୍କ ପାଇଁ ଉଭୟ ମେଥି ଶାଗ ଏବଂ ମେଥି ଦାନ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।ମେଥି ଅଧିକାଂଶ ରୋଗକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସେହିଭଳି ମେଥି ଶାଗକୁ ମଧ୍ୟ ଆୟୁର୍ବେଦରେ ଗୋଟିଏ ଔଷଧର ସ୍ଥାନ ଦିଆ ଯାଇଛି ।

ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ :-

ମେଥି ଶାଗ କିମ୍ବା ମେଥି ଦାନା ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ବହୁ ମାତ୍ରାରେ ପୋଟାସିୟମ ରହିଛି ଯାହାକି ରକ୍ତ ସଂଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ସୁସ୍ଥ ତ୍ୱଚାପାଇଁ ମେଥିଶାଗ ହିତକାରୀ :-

ମେଥି ଶାଗରେ ଆଣ୍ଟିଆକ୍ସିଡେଣ୍ଟ ଓ ଅନେକ ଆବଶ୍ୟକ ଭିଟାମିନ ରହିଥିବାରୁ ଏହା ଆପଣଙ୍କ ତ୍ୱଚା ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ମେଥି ପତ୍ର ଆପଣଙ୍କ ତ୍ୱଚା ଓ ସ୍ୱାସ୍ଥ୍ୟ ଉଭୟ ପାଇଁ ହିତକର । ଏହା ଆପଣଙ୍କ ରକ୍ତକୁ ସ୍ୱଚ୍ଛ କରିବା ସହିତ ଚମଡ଼ାରେ ସଂକ୍ରମଣ ଆସିବାକୁ ଦିଏ ନାହିଁ ।

ପାଚନ ତନ୍ତ୍ରକୁ ଉନ୍ନତ କରିବାରେ ସାହାଯ୍ୟ କରେ :-

ମେଥି ପତ୍ର ପାଚନ ସହିତ ଯୋଡି ହୋଇଥିବା ସମସ୍ୟାକୁ ଦୂର କରିବରେ ସାହାଯ୍ୟ କରିଥାଏ। ଯଦି ଆପଣ ମଧ୍ୟ ପାଚନ ସମସ୍ୟା ସହିତ ଯୋଡି ହୋଇଥିବା ବିଭିନ୍ନ ଅସୁବିଧାକୁ ସାମ୍ନା କରୁଛନ୍ତି ,ତେବେ ମେଥି ଶାଗକୁ ନିଜ ଖାଇବାରେ ନିଶ୍ଚିନ୍ତ ସାମିଲ କରନ୍ତୁ । ମେଥିଶାଗ ଗ୍ୟାସକୁ କାମାଇବା ସହିତ ଅନ୍ତନଳୀକୁ ସୁସ୍ଥ ରଖିଥାଏ ।

ଓଜନ ନିୟନ୍ତ୍ରଣ କରିଥାଏ :-

ଶୀତ ଋତୁରେ ମେଥିଶାଗ ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମେଥି ଏକ ପ୍ରକାରର ସ୍ୱାଦିଷ୍ଟ ଶାଗ ଅଟେ ଓ ଏହାକୁ ସେବନ କରିବା ଦ୍ୱାରା ଓଜନ କମିବାରେ ସାହାଯ୍ୟ ମିଳେ। ମେଥିଶାଗରେ ଫାଇବର ରହିଛି । ଯାହା ଦ୍ୱାରା ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ ଓ ଡେରି ପର୍ଯ୍ୟନ୍ତ ଭୋକ ଲାଗେନାହିଁ । ତେଣୁ ମେଥିଶାଗ ଶୀତଦିନେ ବ୍ୟବହାର କରନ୍ତୁ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL