ଇଣ୍ଡିଆନ ଆଇଡଲ ମଞ୍ଚରେ ଆଶୁତୋଷ ଦେଲେ ଜ୍ୟୋତିର୍ମୟୀଙ୍କୁ ଏତେ ଦାମୀ ଗିଫ୍ଟ ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଜ୍ୟୋତିର୍ମୟୀଙ୍କ ଆଖିରୁ ଝରି ଆସିଥିଲା ଲୁହ। ଜାତୀୟ ମଞ୍ଚରେ ଜ୍ୟୋତିର୍ମୟୀଙ୍କ ଭାବି ସ୍ବାମୀ ମାନେ ଆଶୁତୋଷ ଦେଇଥିଲେ କୋଟିଏ ଟଙ୍କାର ଦାମୀ ଗିଫ୍ଟ। ଯାହା ସମସ୍ତ ପ୍ରତିଯୋଗୀ ଓ ଜଜସ ମାନଙ୍କୁ ମଧ୍ୟ ବେଶ୍ ପସନ୍ଦ ଆସିଥିଲା ।

ଦର୍ଶକ ବନ୍ଧୁ ଇଣ୍ଡିଆନ ଆଇଡଲରେ କମାଲ କରୁଥିବା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଜ୍ୟୋତିର୍ମୟୀ ଓ ତାଙ୍କ ଭାବି ସ୍ବାମୀ ଆଶୁତୋଷଙ୍କୁ ନେଇ ହେଉଛି ଜୋରଦାର ଚର୍ଚା। ଜାତୀୟ ମଞ୍ଚ ଇଣ୍ଡିଆନ ଆଇଡଲରେ ଆମ ଓଡ଼ିଆ ଝିଅ ଜ୍ୟୋତିର୍ମୟୀଙ୍କ ମନର ମଣିଷ ଆଶୁତୋଷଙ୍କୁ ଦେଖିବାକୁ ମିଳିଛି । ଇଣ୍ଡିଆନ ଆଇଡଲ୍ ମଞ୍ଚରେ ଜ୍ୟୋତିର୍ମୟୀଙ୍କୁ ତାଙ୍କ ଭାବି ସ୍ବାମୀ ମାନେ ଆଶୁତୋଷ ଦେଇଛନ୍ତି ଦାମୀ ଗିଫ୍ଟ। ରୋମାଣ୍ଟିକ ଗୀତ ଗାଉଥିଲେ ଜ୍ୟୋତିର୍ମୟୀ ଆଉ ଆଶୁତୋଷ ଏହି ସମୟରେ ଏକ କୋଟି ଟଙ୍କାର ଗିଫ୍ଟ ନେଇ ଜ୍ୟୋତିର୍ମୟୀଙ୍କୁ ଉପହାର ଦେଇଥିଲେ । କିଛି ମୁହୂର୍ତ୍ତ ପାଇଁ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ସମସ୍ତେ ରଙ୍ଗୀନ ହୋଇ ସେହି ମୁହୂର୍ତ୍ତରେ ହଜି ଯାଇଥିଲେ ।

ଆପଣ ମାନେ ଜାଣିଥିବେ ଆମ ଓଡିଶାର ଝିଅ ଜ୍ୟୋତିର୍ମୟୀ ଏବେ ସୋନି ଟିଭିରେ ଚାଲିଥିବା ରିଆଲିଟ ସୋ ଇଣ୍ଡିଆନ ଆଇଡଲରେ ଧମାଲ କରୁଛନ୍ତି । ତାଙ୍କ ସଙ୍ଗୀତ ଗାଇବାର ଶୈଳୀ ଓ ସଙ୍ଗୀତକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି । ତେବେ ବର୍ତ୍ତମାନ ଜ୍ୟୋତିର୍ମୟୀଙ୍କୁ ନେଇ ବଡ ଖୁଳାସା କରିଥିଲେ ଜ୍ୟୋତିର୍ମୟୀଙ୍କ ବାପା ମା । ଜ୍ୟୋତିର୍ମୟୀ ଆବୁଧାବିରେ ମ୍ୟାନେଜର ଥିବା ଆଶୁତୋଷ ସାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଆଉ ଏହା ପରେ ଆଶୁତୋଷ ମଧ୍ୟ ସୋନି ଟିଭିରେ ନଜର ଆସିଥିଲେ । ଜ୍ୟୋତିର୍ମୟୀଙ୍କ ଜନ୍ମ ଦିନ ଥିବାରୁ ଆଶୁତୋଷ ସାଥିରେ ଦାମୀ ଉପହାର ନେଇ ପହଞ୍ଚି ଥିଲେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ। ସମସ୍ତେ ଦୁହିଁଙ୍କ ଯୋଡିକୁ ବେଶ୍ ପସନ୍ଦ କରୁଥିବା ବେଳେ ଆଶୁତୋଷ ଜ୍ୟୋତିର୍ମୟୀଙ୍କ ସହ ଦ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହି ସମୟରେ ଆଶୁତୋଷ ଜ୍ୟୋତିର୍ମୟୀଙ୍କ ହାତରେ ଏକ ମୁଦି ପିନ୍ଧାଇ ତାଙ୍କୁ ଢେର୍ ସାରା ଭଲ ପାଇବା ଦେଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଛାଇ ଯାଇଥିବା ବେଳେ। ସମସ୍ତେ କହୁଛନ୍ତି ଜ୍ୟୋତିର୍ମୟୀଙ୍କ ପାଇଁ ଏହି ଉପହାର କୋଟିଏ ଟଙ୍କାର ଉପହାର ଠୁ ବି ଅଧିକ ।

