କୋଡିଏ ବର୍ଷର ଭାଗବତ ଟୁଙ୍ଗି ଭାଙ୍ଗିବା ଉଦ୍ୟମରେ ତେଜିଲେ ବାଲଣା ଗ୍ରାମବାସୀ। ଗ୍ରାମରେ ପୁରାଇଦେଲେ ନାହିଁ ସରକାରୀ ବାବୁ ମାନଙ୍କୁ ଘଟଣାସ୍ଥଳରୁ ଫେରିଲେ ତହସିଲଦାର।
ମଠକୁ ଭାଙ୍ଗିବା ଜେସିବି ଅଟକାଇଲେ ଉଦ୍ୟମ ହେଉଥିବା ବେଳେ ଶହ ଶହ ବାଲଣା ଗ୍ରାମବାସୀ ଏଥିରେ ଉତେଜିତ ହୋଇ ପ୍ରଶାସନ କୁ ତାଗିଦ କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ କହିବା ଅନୁଯାୟୀ ମଠ ପଛପଟେ ରହୁଥିବା ନରେଶ ବେହେରା ନିଜର ବ୍ୟକ୍ତିଗତ ସ୍ବାର୍ଥ ପାଇଁ ବେଆଇନ ଭାବେ ଜାଲି (ଫର୍ଜି) ଦସ୍ତଖତ ସଂଗ୍ରହ କରି ପ୍ରଶାସନ ନିକଟରେ ଅଭିଯୋଗ କରି ମଠ ଭାଙ୍ଗି ରାସ୍ତା ନେବାକୁ ଚାହୁଁଥିବାବେଳେ ବାଲଣାବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି ।

ଯେଉଁଠି ବାଂଲାଦେଶୀ ଆସି ଏଠି ରହିପାରୁଛନ୍ତି ସେତେବେଳେ ପ୍ରଶାସନ କିଛି ପଦକ୍ଷେପ ନେଉନାହାନ୍ତି। ହେଲେ ଏ ସରକାର ହିନ୍ଦୁତ୍ଵ କହି ଡିମ ଡିମ ପିଟୁଥିବାବେଳେ ପ୍ରଶାସନ କିଛି ଅର୍ଥ ଲାଳସାରେ ଦୀର୍ଘ ୨୦ ବର୍ଷର ମଠକୁ ଭାଙ୍ଗିବାକୁ ପାଛୁନାହିଁ ।
ଗ୍ରାମବାସୀଙ୍କ ଅତ୍ୟଧିକ ଉତ୍ତେଜନା ପରେ ମାର୍ଶାଘାଇ ତହସିଲଦାର ଓ ଥାନା ଗାଡି ସେଠାରୁ ଫେରିଯାଇଥିଲେ। ଏହି ସମୟରେ ଭାଙ୍ଗିବାକୁ ଆସିଥିବା ଜେସିବି ଗାଡିକୁ ଗ୍ରାମବାସୀ ଅଟକାଇ ରଖିଥିଲେ ।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରିନାହିଁ।

