ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଉପରେ ଉଡିଲା ଡ୍ରୋନ୍, କ’ଣ ଇରାନ ରଚୁଛି ଆକ୍ରମଣ ଷଡଯନ୍ତ୍ର ?
ଆମେରିକାର ରାଜଧାନୀ ୱାଶିଂଟନ ଡି.ସି.ରେ ଥିବା ଏକ ସେନା ଘାଟି ଉପରେ ଅଜଣା ଡ୍ରୋନ୍ ଦେଖାଯାଇଛି। ଅଧିକାରୀମାନେ ଏବେ ଦାୟୀ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଚଳାଇଛି । ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ୱାଶିଂଟନର ଏହି ଅଞ୍ଚଳରେ ରୁହନ୍ତି। ଆମେରିକାରେ ଡ୍ରୋନର ଏହି ଦୃଶ୍ୟ ଏପରି ସମୟରେ ଦେଖାଯାଇଥିଲା ଯେତେବେଳେ ବିଶ୍ୱର ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଛି। […]

