କନସିଂହା ଶିବ ମନ୍ଦିରରେ ଶ୍ରାବଣର ଶେଷ ସୋମବାର
ଭାଗିରଥି ଭୋଇ (ବରଗଡ) ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ କନସିଂହା ଗ୍ରାମରେ ରହିଛି ଏକ ବିରଳ ଶୈବ ପୀଠ। ଏହି ପବିତ୍ର ଶିବ ମନ୍ଦିରକୁ ନେଇ ସ୍ଥାନୀୟ ଅଞ୍ଚଳରେ ରହିଛି ଅନେକ ଧାର୍ମିକ ଆସ୍ଥା ଓ ବିଶ୍ୱାସ। କୁହାଯାଏ, ଏଠାରେ ଭଗବାନ ଶିବଙ୍କ ଲିଙ୍ଗ ସ୍ୱତଃଭାବେ ପ୍ରକଟ ହୋଇଥିବାରୁ ଏହି ସ୍ଥାନ ଭକ୍ତମାନଙ୍କ ମଧ୍ୟରେ ବିଶେଷ ମହତ୍ତ୍ୱ ବହନ କରେ। ମନ୍ଦିରର ଅନ୍ୟତମ ବିଶେଷତ୍ୱ ହେଉଛି ଏହାକୁ ଲାଗି ରହିଥିବା ପୁରାତନ ସାହାଡ଼ା ବୃକ୍ଷ। ଏଭଳି ବୃକ୍ଷ […]

