ସ୍କୁଲ, କଲେଜ ନିକଟସ୍ଥ ମଦ ଦୋକାନ ସ୍ଥାନାନ୍ତର ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଓ ଗ୍ରାମବାସୀ
ଘରୋଇ ପରିବେଶ ମଧ୍ୟରେ ଚାଲୁଥିବା ଏକ ମଦ ଦୋକାନକୁ ନେଇ ବଢ଼ିଛି ସ୍ଥାନୀୟଙ୍କ ଅସନ୍ତୋଷ। ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବିରେ ଆଜି ଶତାଧିକ ମହିଳା ଓ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଣ୍ଢରା ବଜାର ଅଞ୍ଚଳରେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ମଦ ଦୋକାନ ନିକଟରେ ସ୍କୁଲ, କଲେଜ, ଆର୍ଆଇ କାର୍ଯ୍ୟାଳୟ ଓ ଏକ ମନ୍ଦିର ରହିଥିବାରୁ ଏହାକୁ ସ୍ଥାନାନ୍ତର କରିବା […]

