Sunday, 17 May 2026
ସୁବର୍ଣ୍ଣପୁର

ବିଷ ଦେଇ ବିବାହିତା ଝିଅକୁ ମାରିଥିବା ଅଭିଯୋଗ କଲେ ବାପଘର ଲୋକେ

ବିନିକା: ବିନିକା ଥାନା ଚରଦା ଗ୍ରାମର ନରେନ୍ଦ୍ର ପଧାନ ଯୈାତୁକ ନିର୍ଯାତନା ଦେଇ ପତ୍ନୀ ଅଞ୍ଜଳି ମହାକୁର (୨୬)ଙ୍କୁ ବିଷକ୍ରିୟା କରାଇ ମାରିଥିବା ନେଇ ଅଞ୍ଜଳିଙ୍କ ମା ବୈଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ଗ୍ରାମର ସୁବିଧା ମହାକୁର ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ଅଞ୍ଜଳିର ଵୁର୍ଲା ଭିମସାରରେ ଆଇସିୟୁରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୁଚନା ଦିଆଯାଇଛି।

ଚରଦ‌ା ଗ୍ରାମର ଗହଲ ପଧାନଙ୍କ ପୁଅ ନରେନ୍ଦ୍ରଙ୍କୁ  ୬ ମାସ ପୁର୍ବେ ବିବାହ କରିଥିଲେଅଞ୍ଜଳି। ପରିବାର ଯଥାସମ୍ଭବ ଉପହାର ମଧ୍ୟ ଦେଇଥିଲେ। ନରେନ୍ଦ୍ର ପରିବାର କଥା ‌ମାନି ଅଧିକ ଯୈାତୁକ ଯଥା ୩ ଭରି ସୁନା ଓ ୨ ଲକ୍ଷ ଟଙ୍କା ତଥା ଅନ୍ୟାନ୍ୟ ସମାଗ୍ରୀ ଯୈାତୁକ ଆଣି ବାକୁ ଅଞ୍ଜଳିକୁ ଵାର ଵାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଝିଅଘର ଲୋକେ ଅଭିଯୋଗ ହୋଇଛି।

ସୁବିଧା ମହାକୁରଙ୍କ ଲିଖିତ ଅଭିଯୋଗ ପରେ ବିନିକା ଥାନାରେ ୪୦୧/୧୬-୧୧ ରେ ଏକ ମାମାଳା ରୁଜୁ ହୋଇ ତଦନ୍ତ ଚାଳିଥିବା ବିନିକା ଆଇଆଇସି ସାରଙ୍ଗ ଧର ପାଣିଗ୍ରାହି ସୁଚନା ଦେଇଛନ୍ତି।

ସୁଚନାଯୋଗ୍ୟ ଚରଦ‌ା ଗ୍ରାମର ଗହଲ ପଧାନଙ୍କ ପୁଅ ନରେନ୍ଦ୍ରଙ୍କୁ  ୬ ମାସ ପୁର୍ବେ ବିବାହ କରିଥିଲେଅଞ୍ଜଳି। ପରିବାର ଯଥାସମ୍ଭବ ଉପହାର ମଧ୍ୟ ଦେଇଥିଲେ। ନରେନ୍ଦ୍ର ପରିବାର କଥା ‌ମାନି ଅଧିକ ଯୈାତୁକ ଯଥା ୩ ଭରି ସୁନା ଓ ୨ ଲକ୍ଷ ଟଙ୍କା ତଥା ଅନ୍ୟାନ୍ୟ ସମାଗ୍ରୀ ଯୈାତୁକ ଆଣି ବାକୁ ଅଞ୍ଜଳିକୁ ଵାର ଵାର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିବା ଝିଅଘର ଲୋକେ ଅଭିଯୋଗ ହୋଇଛି। ଅଞ୍ଜଳି ମନା କରିବାରୁ ନରେନ୍ଦ୍ର ତାଙ୍କ ଭାଉଜ ବାସନ୍ତୀ ଓ ପରିବାରଲୋକେ  ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଗତ ୧୩-୧୧ ରାତ୍ରି ୯ଟାରେ  ଅଞ୍ଜଳି ବିଷ ଖାଇବା ପରେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରାହୋଇଥିବା  ନେଇ  ବାସନ୍ତୀ ଝିଅର ପରିବାରକୁ ଫୋନରେ ଜଣାଇଥିଲେ। ଝିଅର ପରିବାର ଲୋକେ ବିନିକାରୁ ଵୁର୍ଲା ଭିମସାରକୁ ନେଇଥିଲେ । ସେଠାରେ ଅଞ୍ଜଳି ଆଖି ବୁଜିଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL