Sunday, 17 May 2026
ସିନେମା

୫୦ ଦିନରେ ଅନୁପମ-ଅନୁଭବଙ୍କ ‘କର୍ମ’ ୭ କୋଟିର ନୂଆ ରେକର୍ଡ

ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି।

ଭୁବନେଶ୍ବର: ଅମୀୟ ପଟ୍ଟନାୟକ ପ୍ରଡକ୍ସନ ନିବେଦିତ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ‘କର୍ମ’ ୫୦ ଦିନରେ ପହଞ୍ଚିଛି। ତେବେ ଏହି ଫିଲ୍ମଟି ଏବେ ବି ଓଡ଼ିଶାର ପ୍ରାୟ ୪୦ଟି ପ୍ରେକ୍ଷାଳୟରେ ହାଉସ୍‌ଫୁଲ୍‌ ଚାଲିଛି।  ଏହି ୫୦ ଦିନରେ ପ୍ରାୟ ୭କୋଟି ଟଙ୍କାର ବ୍ୟବସାୟ କରି ‘କର୍ମ’ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛି। ଆଜି ଶ୍ରୀୟା କମ୍ପ୍ଲେକ୍ସରେ ‘କର୍ମ’ ଟିମ୍ ସିନେପ୍ରେମୀଙ୍କ ଗହଣରେ ୫୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରିଛି। ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ବର୍ଷା ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ, ସାଉଣ୍ଡ ଡିଜାଇନର୍‌ ଶକ୍ତି ସ୍ୱରୂପ ଦ୍ବିବେଦୀ, ସମ୍ପାଦକ ରଶ୍ମି ରଞ୍ଜନ ଦାଶ, ଲାଇନ୍‌ ପ୍ରଡ୍ୟୁସର ଗୋପାଳ ଚନ୍ଦ୍ର ଘଡ଼ାଇ, ଲେଖକ ମାନସ ପଢ଼ିଆରୀ, କ୍ୟାମେରାମ୍ୟାନ୍‌ ଦୀପକ କୁମାର, କ୍ରି୍ଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀଙ୍କ ସମେତ ମୁଖ୍ୟ ଚରିତ୍ରଗୁଡ଼ିକରେ ଅଭିନୟ କରିଥିବା ଅଭିନେତା ସନୋଜ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ମନ୍ମୟ ଦେ, ଉଦିତ ଗୁରୁ, ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଦିବ୍ୟା ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଭରପୂର ଦର୍ଶକଙ୍କ ଗହଣରେ ଏହି ଉତ୍ସବ ପାଳନ କରାଯାଇଥିଲା। ଶତାଧିକ ସିନେପ୍ରେମୀ ‘କର୍ମ’ର ସଫଳତା ପାଇଁ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ।

ଉଲ୍ଲେଖନୀୟ ଯେ ଆଗକୁ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଫିଲ୍ମ ‘ରାବଣ’ ୨୦୨୫ ଦୁର୍ଗାପୂଜାରେ ରିଲିଜ୍‌ ହେବ। ଏଥିରେ ମଧ୍ୟ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଦେଖାଦେବେ। ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ  ‘ପ୍ରତୀକ୍ଷା’ ଓ ‘ତ୍ରିକନ୍ୟା’ ପରେ ‘କର୍ମ’- ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇ ପ୍ରଶଂସା ସାଉଁଟୁଥିବା ଅନୁପମ ‘ରାବଣ’ରେ ବି ସେ ପରମ୍ପରା ଜାରିରଖିବେ ବୋଲି ଆଶା କରାଯାଉ!

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL