Sunday, 17 May 2026
ଅନ୍ତର୍ଜାତୀୟ କଳା ଓ ସଂସ୍କୃତି

ଆଇଏଫଏଫଆଇରେ ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’କୁ ମିଳିଲା ସ୍ୱର୍ଣ୍ଣ ମୟୂର ପୁରସ୍କାର

ଟକ୍ସିକପାଇଁ ଭେଷ୍ଟା ମାଟୁଲିଟେ ଏବଂ ଇଭା ରୁପେଇକେଟ୍‌ ମିଳିତ ଭାବେ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

 

୫୫ତମ ଭାରତୀୟ ଅନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ, ଗୋଆରେ ବହୁ ପ୍ରତୀକ୍ଷିତ ପୁରସ୍କାର ଘୋଷଣା କରାଯାଇଛି । ଲିଥୁଆନୀୟ ଚଳଚ୍ଚିତ୍ର ‘ଟକ୍ସିକ’ ଶ୍ରେଷ୍ଠ ଫିଚର୍‌ ଫିଲ୍ମ ରୂପେ ସମ୍ମାନଜନକ ସ୍ୱର୍ଣ୍ଣ ମୟୂର ପୁରସ୍କାର ହାସଲ କରିଛି ।

ଚଳଚ୍ଚିତ୍ରର ନିର୍ଦ୍ଦେଶକ ସାଉଲେ ବ୍ଲିଓଭେଟ୍‌ ସ୍ୱର୍ଣ୍ଣ ମୟୂର ଟ୍ରଫି ଏବଂ ପ୍ରମାଣପତ୍ର ସହିତ ନଗଦ ୪୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଯୋଜନା ଗିଡ୍ରେ ବୁରୋକେଟଙ୍କ ଉପସ୍ଥିତିରେ ଗ୍ରହଣ କରିଛନ୍ତି ।

ବିଚାରକ ମଣ୍ଡଳୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ଗଭୀର ସମ୍ବେଦନଶୀଳତା ଏବଂ ସହାନୁଭୂତିକୁ ପ୍ରଶଂସା କରିଛନ୍ତି । ଏହାର ଯୁବାବସ୍ଥାର କାହାଣୀ ଏକ କଠୋର ଶାରୀରିକ ଓ ସାମାଜିକ ପୃଷ୍ଠଭୂମି ଉପରେ ଉପସ୍ଥାପନ କରାଯିବାକୁ ମଧ୍ୟ ପ୍ରଶଂସା କରାଯାଇଛି ।

ବିଚାରକ ମଣ୍ଡଳୀ କହିଛନ୍ତି ଯେ ‘‘ଏହି ଚଳଚ୍ଚିତ୍ରରେ କିଶୋରାବସ୍ଥା ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ସମାଜରେ ବଡ଼ ହେବାର କଠୋର ବାସ୍ତବିକତାକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ସହାନୁଭୂତି ସହିତ ପ୍ରଦର୍ଶିତ କରାଯାଇଛି । ଏଥିସହିତ ଶାରୀରିକ ଓ ସାମାଜିକ ପରିଦୃଶ୍ୟର ପୃଷ୍ଠଭୂମିରେ ଯୁବାବସ୍ଥାର କାହାଣୀକୁ ରୂପ ଦିଆଯାଇଛି, ଏହି କାରଣରୁ ‘ଟକ୍ସିକ’କୁ ସର୍ବଶ୍ରେଷ୍ଠ ପୁରସ୍କାର ପାଇଁ ଚୟନ କରାଯାଇଛି ।’’

ଦୂଷିତ ଶାରୀରିକ ଓ ସାମାଜିକ ପରିଦୃଶ୍ୟ ମଧ୍ୟରେ ନିର୍ମିତ ତଥା ଏକ ଉପଯୁକ୍ତ ଶୀର୍ଷକ ବିଶିଷ୍ଟ ‘ଟକ୍ସିକ’ ଚଳଚ୍ଚିତ୍ରରେ ପ୍ରାରମ୍ଭିକ ଯୁବାବସ୍ଥାର କାହାଣୀ ରହିଛି। ଏ ଚଳଚ୍ଚିତ୍ରର କେନ୍ଦ୍ରରେ ମଣିଷ ଶରୀରର ସମସ୍ତ ଦୁର୍ବଳତା ଓ ମହିମାକୁ ଅନ୍ୱେଷଣ କରାଯାଇଛି ।

ଏହି ଚଳଚ୍ଚିତ୍ରଟି ୧୩ ବର୍ଷୀୟା ମାରିଜାଙ୍କ କାହାଣୀ ବର୍ଣ୍ଣିତ, ଯିଏକି ଶିଳ୍ପ ସହରରେ ଖାପ ଖୁଆଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯେଉଁଠାରେ ସେ ତାଙ୍କ ଜେଜେମା’ଙ୍କ ସହ ରୁହନ୍ତି। ସେ ବିଦ୍ରୋହୀ ସହପାଠି କ୍ରିଷ୍ଟିନାଙ୍କ ସହ ଏକ ଅନିଶ୍ଚିତ ଓ ଅସ୍ଥିର ବନ୍ଧନ ସୃଷ୍ଟି କରିବା ଆରମ୍ଭ କରନ୍ତି ଏବଂ ଦୁହେଁ ଏକ ସ୍ଥାନୀୟ ମଡେଲିଂ ସ୍କୁଲରେ ନାମ ଲେଖାନ୍ତି, ଯାହା ଏହାର ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ଉଦାସ ଓ ଏକାକୀ ଅସ୍ତିତ୍ୱ ଠାରୁ ଦୂରରେ ଏକ ଆକର୍ଷଣୀୟ ଜୀବନର ସୁଯୋଗ ପାଇଁ ପ୍ରତିଶ୍ରୁତି ଦିଏ। କିନ୍ତୁ ବିଦ୍ୟାଳୟର ଆର୍ଥିକ ଏବଂ ଶାରୀରିକ ଚାହିଦା ସେମାନଙ୍କୁ ସେମାନଙ୍କ ଯୁବା ଶରୀରକୁ ସୌନ୍ଦର୍ଯ୍ୟର ଅସମ୍ଭବ ମାନଦଣ୍ଡ ସହିତ ଖାପଖୁଆଇବା ପାଇଁ କ୍ରମବର୍ଦ୍ଧିଷ୍ଣୁ ଚରମ ଏବଂ ବିପଜ୍ଜନକ ଉପାୟ ସହିତ ଆଗକୁ ଆସିବାକୁ ବାଧ୍ୟ କରେ।

ଏହି ଚଳଚ୍ଚିତ୍ରରେ ଅସାଧାରଣ ଅଭିନୟ ପାଇଁ ଭେଷ୍ଟା ମାଟୁଲିଟେ ଏବଂ ଇଭା ରୁପେଇକେଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ ଏ ଦୁହେଁ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ମାରିଜା ଓ କ୍ରିଷ୍ଟିନା ଭୂମିକାରେ ଅଭିନୟ କରିବା ପାଇଁ ଏ ଦୁଇ ଅଭିନେତ୍ରୀଙ୍କୁ ଅନେକ ଶାରୀରିକ ଓ ଭାବଗତ ସୀମା ଅତିକ୍ରମ କରିବାକୁ ପଡ଼ିଛି ବୋଲି ବିଚାରକ ମଣ୍ଡଳୀ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL