Sunday, 17 May 2026
ଜାତୀୟ ବିଜେଡି ବିଜେପି ଯାଜପୁର ରାଜନୀତି

ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ

ଦିନେ ଯାହା ଗଡ଼ ଥିଲା ତାହା ଆଜି ପାଲଟିଛି ଭୂତ ବଙ୍ଗଳା। ଯାଜପୁର ନାଁ ଶୁଣିଲେ ବିଜେଡ଼ି ନେତାଙ୍କୁ ଝାଡ଼ିବା ପାଇଁ ଖୋଜା ପଡୁଛନ୍ତି ଗୁଣିଆ। ଲୋକାଲ ନେତା ଭିଟାମାଟି ମାଡୁ ନାହାନ୍ତି ଆଉ ମୁଣ୍ଡି ନେତା ଆଖି ଉଠେଇ ଚାହୁଁ ନାହାନ୍ତି। ସତେ ଯେମିତି ଯାଜପୁର ଏବେ ବିଜେଡ଼ିର ମୁଣ୍ଡ ଉପରେ ସବାର ହୋଇଛି। ପଦ୍ମ ପୋଖରିରେ ଅଣ ନିଶ୍ବାସ ହୋଇଯାଇଛନ୍ତି ଗେଣ୍ଡା ଦଳିଆ । ଯାଜପୁରରେ ତାସ ଘର ପରି ଭୁସୁଡ଼ୁଛି ଶଙ୍ଖ ମହଲ। ଗୋଟେ ପତା ଧର୍ମଶାଳା ଏବେ ପୁରା ମହଲ ଭାଙ୍ଗିବାର କାରଣ ସାଜିଛି।

ଲୀକୁଙ୍କ ପରିବର୍ତ୍ତନ ହାୱାରେ ଏବେ ଗୋଟେ ପରେ ଗୋଟେ ନିର୍ବାଚନ ମଣ୍ଡଳୀ ବ୍ଲକ ପରେ ବ୍ଲକ ଆପଣା ଛାଏଁ ପଦ୍ମ ପୋଖରୀରେ ଡିଆଁ ମାରୁଛନ୍ତି। ୨୪ ନିର୍ବାଚନରେ ଧର୍ମଶାଳା ଦଖଲ ପରେ ପ୍ରଥମେ ଯାଜପୁର ମ୍ୟୁନିସିପାଲଟି ତା ପରେ ଧର୍ମଶାଳା ବ୍ଲକ ପରେ ବଡ଼ଚଣା ଦଖଲ କରି ଏବେ ସୈନ୍ୟ ସାମନ୍ତଙ୍କୁ ସାଙ୍ଗରେ ଧରି ମଇଦାନକୁ ଓହ୍ଲାଇଛନ୍ତି ଲୀକୁ ସାହୁ। ଆଉ ଏ ଭୂମିକା ବହୁତ ଭଲ ଭାବରେ ଲିଭାଇଛନ୍ତି ପଦ୍ମସିବିରର ଲଢ଼ୁଆ ସିପାହୀ ଉମେଶ ଜେନା। ତାଙ୍କ ଗୋଟି ଚାଳନାରେ ଏବେ ପଦ୍ମ ଦଳର ବିଜୟ ଯାତ୍ରାରେ ସାମିଲ ହୋଇ ବରି ବ୍ଲକ ଚେୟାର ମ୍ୟାନ ଅଶୋକ ଗେଡି ନିଜ ଦଳବଳ ଙ୍କୁ ଧରୀ ପଦ୍ମ ପୋଖରୀକୁ ଡେଇଁ ପଡିଛନ୍ତି ।

ତେବେ ଯାଜପୁରରେ ପତିଆରା ହୋଇଛି ବେଶ୍ ସୃଦୁଢ଼। ସେପଟେ କିନ୍ତୁ ବିସ୍ୱୋ ମଲ୍ଲିକଙ୍କ ଶଙ୍ଖ ସୋର ଆଉ ଶୁଣା ଯାଉନି। ଚର୍ଚ୍ଚା ହେଉଥିଲା ବାବୁ କାଳେ ବିଶ୍ରାମ କରିବା ଅବସ୍ଥାରେ ଅଥବା ଦଳର ଅନ୍ୟ ମୁଣ୍ଡିଙ୍କ ଭଳି ଭିଟା ମାଟି ଛାଡି ବାହାରେ ଡେରା ପକାଇବାକୁ କରୁଛନ୍ତି ଯୋଜନା। ନିଜ ଆଖିଆଗରେ ଦଳର ବିସ୍ପୋରଣ ଦେଖୁ ଦେଖୁ ବବି ଦାସ ଜିତୁ ବଳବନ୍ତ ରାୟ ଅମାନତ ବଞ୍ଚାଇବା ଲକ୍ଷରେ ଥିବା ବେଳେ ପ୍ରବାଦ ପଢୁଛନ୍ତି ଟାଣୁଆ ନେତ୍ରୀ ପ୍ରମିଳା ମଲ୍ଲିକ। ଶଙ୍ଖ ହାଲ୍ ବେହାଲ ଥିବା ବେଳେ ସେପଟେ ପଦ୍ମ ବଢାଇ ଚାଲିଛି ନିଜ ପତିଆରା ।

ଲୀକୁ ଉମେସଙ୍କ ଭଳି ପଦ୍ମ ସିପାହୀ ଯୋଡ଼ି ପୁରା ରାଜ୍ୟକୁ ପଦ୍ମମୟ କରିବାର ଯାତ୍ରା ଆରମ୍ଭ କରିଥିବା ବେଳେ ବିଜେଡି ନେତାଙ୍କ ଛାତିରେ ପଶିଛି ଛନକା। ତେବେ ଆଗକୁ କେଉଁ କେଉଁ ଅଞ୍ଚଳ ଯାଉଛି ପଦ୍ମ ଦଖଲକୁ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL