Sunday, 17 May 2026
ବରଗଡ଼ ରାଜ୍ୟ ଖବର

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ

ଜମୁଛି ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।  ଚତୁର୍ଥ ଦିବସରେ ମହାରାଜ କଂସଙ୍କ ଦ୍ଵାରା ପ୍ରେରିତ ସମସ୍ତ ରାକ୍ଷସ ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଛନ୍ତି ।  ଗୋପୁରରେ ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଗୋପପୁର ସାଜିଥିବା ଅମ୍ବାପାଲି ଦ୍ବାପର ଯୁଗର ଭ୍ରମ ସୃଷ୍ଟି କରିଛି ।  ଶ୍ରୀକୃଷ୍ଣଙ୍କ ଲୀଳାରେ ଉତ୍ସବ ମୁଖରିତ ଗୋପପୁର ।

ଗୋପ ବାଳକଙ୍କ ସହ ବୁଲୁଛନ୍ତି କୃଷ୍ଣ ବଳରାମ ।  ଏହା ଭିତରେ କଂସ ପ୍ରେରିତ ପୁତନା ,ବକା , ଶକଟା , ତୃଣା , ଧେନୁକା ଭଳି ଅଷ୍ଟମଲ୍ଲଙ୍କୁ ନିହତ କରିଛନ୍ତି କୃଷ୍ଣ ବଳରାମ ।  ଫଳରେ କଂସ ମହାରାଜଙ୍କୁ ଘାରିଛି ମୃତ୍ୟୁର ଭୟ ।  କୃଷ୍ଣଙ୍କ ହାତରେ ଅଷ୍ଟମଲ୍ଲ ବୀର ସହ ପୁତନା ରାକ୍ଷସୀର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି କଂସ ।  କୃଷ୍ଣ ବଳରାମଙ୍କୁ ହତ୍ୟା କରିବାକୁ ଯୋଜନା ଚଳାଇଛନ୍ତି ଯୋଜନା ।

ଆଜି ପଞ୍ଚମ ଦିନରେ କାଳୀୟ ଦଳନ କାହାଣୀ ପରିବେଶିତ ହେବ।  ଚତୁର୍ଥ ଦିବସରେ ରାଜ ଅତିଥି ଭାବେ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇଥିଲେ ।  ଧନୁଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।  ଧନୁଯାତ୍ରାକୁ ୟୁନୋସ୍କ ମାନ୍ୟତା ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL