ସିନ୍ଥେଟିକ୍ ନିଶା ବା ଡ୍ରଗ୍ସ ଆମ ଭାରତୀୟ ଯୁବପିଢୀ ଙ୍କୁ ପଥଭ୍ରଷ୍ଟ କରିବା ସହିତ ସେମାନଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଉଛି। ଏହା ଆମ ଶତୃ ରାଷ୍ଟ୍ର ର ଆର୍ଥିକ ମାନଦଣ୍ଡ ର ମୁଖ୍ୟ ସ୍ରୋତ ପାଲଟୁଛି। ଏହା ବିରୋଧରେ ଗତ ୪ ବର୍ଷ ହେଲା ଯୁବ ବର୍ଗଙ୍କୁ ସଚେତନ କରିବା ସହିତ ଡ୍ରଗ୍ସ କବଳରେ ପଡ଼ିଥିବା ଯୁବ ଗୋଷ୍ଠୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଥିବା ଓ୍ବାଡା ସଂଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୨୬ ତାରିଖ ଆନ୍ତର୍ଜାତିକ ଅବୈଧ ଡ୍ରଗ୍ସ ନିରୋଧୀ ଦିବସ ଅବସରରେ ଓ୍ବାଡା ସଂଗଠନ ପକ୍ଷରୁ ବନ୍ଦର ନଗରୀ ପାରାଦ୍ଵୀପ ରେ ଏକ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଯେଉଁଥିରେ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନଙ୍କ ସହିତ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ଡ୍ରଗ୍ସ ର ଭୟାବହତା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଓ ରାଲିର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ସଂଗଠନ ର ମୁଖ୍ୟ ଗତୀକୃଷ୍ଣ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ କଲେଜ ଅଧ୍ୟାପକ, ସମାଜସେବୀ ଓ ସାମ୍ବାଦିକ ଯୋଗଦେଇ କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

