କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଯୁବ ସାମ୍ବାଦିକ, ତଥା ସମ୍ବାଦ ପତ୍ରର ପ୍ରତିନିଧି ଦୀପକ କୁମାର ସାହୁଙ୍କ ଅକାଳ ବିୟୋଗରେ ମାହାଙ୍ଗା ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଦୀର୍ଘ ବର୍ଷ ଧରି ସେ ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିବା ବେଳେ, ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଟାଙ୍ଗୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।
ସ୍ବର୍ଗତ ସାହୁଙ୍କ ବିୟୋଗରେ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କୁ ନେଇ ମାହାଙ୍ଗା ବ୍ଲକ ର ବଣୁଆ ମହାପୁରୁଷଙ୍କ ପୀଠରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଖିଳେଶପଦ ମହାନ୍ତିଙ୍କ ସଭାପତିତ୍ୱରେ ଓ ମାହାଙ୍ଗା ଅଞ୍ଚଳର ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା , ସମାଜସେବୀ ତଥା ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ ।
ବରିଷ୍ଠ ସାମ୍ବାଦିକ ରଶ୍ମିରଂଜନ ମହାନ୍ତି, ବିଜୟ ଜେନା, ତାପସ ବିଶ୍ୱାଳ ଆଦିପ୍ରମୁଖ ଯୋଗଦେଇ ସ୍ବର୍ଗତ ସାହୁଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

