Sunday, 17 May 2026
ଓଡ଼ିଶା ମନରଞ୍ଜନ

ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅସୁସ୍ଥ

ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗର ଅସୁସ୍ଥ, ଆସୁନି ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର, ଭେଣ୍ଟୀଲେଟରରେ କଣ୍ଠଶିଳ୍ପୀ ହ୍ୟୁମାନ, ଅଲିଉଡରେ ଲାଗିଛି କାହା ନଜର! ଗୋଟେ ପରେ ଗୋଟେ ମେଡିକାଲରେ ଭର୍ତ୍ତି , ଅଭିଜିତ ମଜୁଁମଦାର ମେଡିକାଲରେ ଚିକିତ୍ସା ହେଉଥିବାବେଳେ ଶୁକ୍ରବାର ସନ୍ଧ୍ୟା ସମୟରେ ଡାକ୍ତର ଖାନାରେ ଭର୍ତ୍ତି ହୋଇଛନ୍ତି ଓଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନସାଗର।

ଭୁବନେଶ୍ୱର ସ୍ଥିତ ଏମ୍ମ ମେଡିକାଲରେ ଭେଣ୍ଟିଲେଟର ନାମୀ ଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଓଡ଼ିଶା ବାସୀ ଓ ସରକାରଙ୍କୁ ହାତ ଯୋଡ଼ି ଜୀବନ ଭିକ୍ଷା ମାଗିଛନ୍ତି ହ୍ୟୁମାନ ସାଗରଙ୍କ ମା, 24ଘଣ୍ଟା ଭିତରେ ବି ଆସୁନି ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ, ଏମ୍ସ ହସ୍ପିଟାଲର ନାମୀ ଦାମୀ ଡକ୍ଟରଙ୍କ ସହ କଥା ହେଇଛନ୍ତି ହ୍ୟୁମାନ ଙ୍କ ମା,ହେଲେ 72 ଘଣ୍ଟା ପର୍ଯ୍ୟନ୍ତ କିଛି କହି ହବନି ଡକ୍ଟର କହୁଥିବା ବେଳେ ଭଙ୍ଗିପଡ଼ିଛନ୍ତି ପରିବାର।

ସରକାରଙ୍କୁ ନିବେଦନ କରୁଛନ୍ତି ବାହାରେ ଚିକିତ୍ସା କରିବା ଲାଗି ହେଲେ ଅନେକ ଦିନ ହେବ ଲିଭର୍ ସମସ୍ୟାରେ ପୀଡ଼ିତ ହୋଇ ଡ଼ାଇଲେଶିସ ହେଉଥିଲେ ହେଲେ କିଛି ପରିବର୍ତ୍ତନ ନ ଆସିବାରୁ ଗତ କାଲ ଠୁ ଶରୀର ବେଶୀ ବିଗିଡି ବାରେ ଲାଗିଛି, ଶରୀରର କିଛି ଅଙ୍ଗ କାମ କରୁନଥିବା ବେଳେ ଏବେ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL