Sunday, 17 May 2026
ଜାତୀୟ ରାଜନୀତି

‘ମୁଁ ମୋ ପରିବାର ସହିତ ସମ୍ପର୍କ ଭାଙ୍ଗୁଛି…’ X ରେ ପୋଷ୍ଟ କଲେ ରୋହିଣୀ; ଆରଜେଡିର ପରାଜୟ ପରେ ଲାଲୁ ପରିବାରରେ ବିଭାଜନ

୨୦୨୫ ବିହାର ବିଧାନସଭା ନିର୍ବାଚନରେ ​​ରାଷ୍ଟ୍ରୀୟ ଜନତା ଦଳ ଏକ ବୃହତ ପରାଜୟ ବରଣ କରିଛି । ଆରଜେଡି ମାତ୍ର ୨୫ ଆସନରେ ସୀମିତ ରହିଯାଇଛି । ନିର୍ବାଚନ ଫଳାଫଳ ପରେ ଲାଲୁ ପରିବାର ଭିତରେ ଚାଲିଛି କେଁ-କଟର । ଲାଲୁଙ୍କ ସାନ ଝିଅ ଏବଂ ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ରାଜନୈତିକ ହଇଚଇ ସୃଷ୍ଟି କରିଛନ୍ତି।

ରୋହିଣୀ ଆଚାର୍ଯ୍ୟ ତାଙ୍କ ପରିବାର ସହିତ ସମ୍ପର୍କ ଛିନ୍ନ କରିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ସେ ‘X’ ରେ ଲେଖିଛନ୍ତି “ମୁଁ ରାଜନୀତି ଛାଡି ଦେଉଛି ଏବଂ ମୋ ପରିବାର ସହିତ ସମ୍ପର୍କ ଛିନ୍ନ କରୁଛି,”। “ସଞ୍ଜୟ ଯାଦବ ଏବଂ ରମିଜ ମୋତେ ଏହା କରିବାକୁ କହିଥିଲେ, ମୁଁ ସବୁ ଦୋଷ ନିଜ ଉପରେ ନେଉଛି।”

ଲାଲୁ ଯାଦବଙ୍କ ପରିବାର ଏବଂ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟରେ କନ୍ଦଳ ଆଜିର କଥା ନୁହେଁ। ତଥାପି, ନିକଟ ଅତୀତରେ ରାଜନୈତିକ ଘଟଣା ଗୁଡ଼ିକ ଯେପରି ଭାବରେ ଘଟିଛି ତାହା ସ୍ପଷ୍ଟ ଭାବରେ ସୂଚାଇ ଦିଏ ଯେ ଆରଜେଡି ଭିତରେ ସବୁକିଛି ଠିକ୍ ନାହିଁ। ଏହି ଘଟଣାଗୁଡ଼ିକ ଦଳର ଆଭ୍ୟନ୍ତରୀଣ ଦୁର୍ବଳତାକୁ ପ୍ରକାଶ କରିଛି।

ଲାଲୁ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଦଳ ଏବଂ ପରିବାର ଛାଡି ସାରିଛନ୍ତି। ଲାଲୁ ଯାଦବ ନିଜେ ତାଙ୍କୁ ବହିଷ୍କାର କରିଥିଲେ। ପରେ, ସେ ବିହାର ନିର୍ବାଚନ ପୂର୍ବରୁ ନିଜର ଦଳ, ଜନଶକ୍ତି ଜନତା ଦଳ ଗଠନ କରିଥିଲେ। ସେ ଖୋଲାଖୋଲି ଭାବରେ ଆରଜେଡି ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ, ସେ ତାଙ୍କ ଆସନ ହରାଇଲେ। ଅନ୍ୟପକ୍ଷରେ, ରୋହିଣୀ ଆଚାର୍ଯ୍ୟଙ୍କ ନିଷ୍ପତ୍ତି ଏବେ ଲାଲୁ ପରିବାରର ଏକତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL