Saturday, 5 September 2026
ଦେଶ ବିଦେଶ ବିଜେପି ମୁଖ୍ୟ ଖବର ରାଜନୀତି ରାଜ୍ୟ ରାଜନୀତି

ଓଡ଼ିଶା ରାଜନୀତିରେ ବଡ଼ ଚର୍ଚ୍ଚା ଧର୍ମେନ୍ଦ୍ର ହେବେ…….

ଓଡ଼ିଶା ରାଜନୀତିରେ ପୁଣି ଥରେ ଏମିତି ଏକ ଚର୍ଚ୍ଚା ସାମ୍ନାକୁ ଆସିଛି, ଯାହା ଏବେ ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି। ପ୍ରଶ୍ନ ଗୋଟିଏ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗାଦି କଣ ସୁରକ୍ଷିତ ଅଛି। ନା ଆଗାମୀ ଦିନରେ ଓଡ଼ିଶା ରାଜନୀତି ଦେଖିବ ଏକ ବଡ଼ ପରିବର୍ତ୍ତନ। ଆଉ ଏହି ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କାହିଁକି ବାରମ୍ବାର ଉଠୁଛି। ୨୦୨୪ ନିର୍ବାଚନ ପରେ ଦୀର୍ଘ ବର୍ଷର ଶାସନକୁ ପଛରେ ପକାଇ ଓଡ଼ିଶାରେ ବିଜେପି ପ୍ରଥମଥର ପାଇଁ ସରକାର ଗଢ଼ିଥିଲା। ସେହି ସମୟରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ସହିତ ରାଜ୍ୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା।

ମୋହନ ଚରଣ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଦାୟିତ୍ୱ ମିଳିଥିଲା। ଏବେ ସରକାର ଦୁଇ ବର୍ଷରୁ ଅଧିକ ସମୟ ପୂରଣ କରିଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ ଚର୍ଚ୍ଚା କାହିଁକି। ରାଜନୈତିକ ମହଲରେ ଏହାର ଅନେକ ପ୍ରକାର ଆଲୋଚନା ହେଉଛି। କେହି କହୁଛନ୍ତି ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଦଳ ନିଜର ରଣନୀତିକୁ ଆହୁରି ମଜବୁତ କରିପାରେ। କେହି ପୁଣି କହୁଛନ୍ତି, ରାଜ୍ୟରେ ସରକାରର ଚେହେରା ବଦଳିବା ଭଳି କୌଣସି ବଡ଼ ନିଷ୍ପତ୍ତିର ସମ୍ଭାବନାକୁ ଏବେଠାରୁ ଆଲୋଚନା କରାଯାଉଛି। କିନ୍ତୁ ଏସବୁ ଏପର୍ଯ୍ୟନ୍ତ ରାଜନୈତିକ ଚର୍ଚ୍ଚା ଓ ଅନୁମାନ ମଧ୍ୟରେ ସୀମିତ।

ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ କାହିଁକି ଆସୁଛି,ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପିର ଜଣେ ପ୍ରମୁଖ ନେତା ଏବଂ ଦୀର୍ଘ ସମୟ ଧରି କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଆସିଥିଲେ। ଓଡ଼ିଶାରେ ବିଜେପିର ସଂଗଠନ ବଢ଼ାଇବାରେ ମଧ୍ୟ ତାଙ୍କର ଭୂମିକା ନେଇ ଦଳୀୟ ରାଜନୀତିରେ ଦୀର୍ଘଦିନ ଧରି ଚର୍ଚ୍ଚା ରହିଛି। ସେଥିପାଇଁ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ରାଜନୀତିକ ଚର୍ଚା ଆରମ୍ଭ ହୁଏ, ସେତେବେଳେ ତାଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିବା ସ୍ୱାଭାବିକ।କିନ୍ତୁ ଯଦି ସତରେ ମୁଖ୍ୟମନ୍ତ୍ରୀ ବଦଳାଇବାର ନିଷ୍ପତ୍ତି ହୁଏ, ତେବେ ବିଜେପି କାହାକୁ ବାଛିବ। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ରାଜ୍ୟ ରାଜନୀତିର ସବୁଠାରୁ ବଡ଼ ଦାୟିତ୍ୱ ଦେବ। ନା ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହିଁ ସରକାର ଆଗକୁ ବଢ଼ିବ।

ଦିଲ୍ଲୀରୁ ଓଡ଼ିଶା ରାଜନୀତି ପର୍ଯ୍ୟନ୍ତ ଯଦି କୌଣସି ବଡ଼ ରଣନୀତି ତିଆରି ହେଉଛି, ତେବେ ତାହାର ସଙ୍କେତ କଣ ଆଗାମୀ ଦିନରେ ଦଳୀୟ ସଂଗଠନ, ନିର୍ବାଚନୀ ପ୍ରସ୍ତୁତି ଏବଂ ସରକାରର କାର୍ଯ୍ୟଧାରାକୁ ନେଇ ବିଜେପି ଯଦି କୌଣସି ବଡ଼ ପଦକ୍ଷେପ ନିଏ, ତେବେ ତାହା ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇପାରେ।ଏପଟେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନିଜ ସରକାରକୁ ଆଗକୁ ନେଉଛନ୍ତି। ସେପଟେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ନିଜର ଦାୟିତ୍ୱ ତୁଲାଇ ଏବେ ଇସ୍ତଫା ଦେଇଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଚର୍ଚ୍ଚା କେତେ ସତ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL