Tuesday, 21 July 2026
ଅପରାଧ ଜାତୀୟ ମୁଖ୍ୟ ଖବର ରାଜ୍ୟ ଖବର

ଜଙ୍ଗଲରେ ଲୁଚାଯାଇଥିଲା ଗୋଳା ବାରୁଦ ସହ କ୍ୟାମେରା

କୋରାପୁଟ ପୁଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। କୋରାପୁଟ ଜିଲ୍ଲା ଡିଭିଏଫ୍ (DVF) ପୁଲିସ ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏକ ମାଓବାଦୀ ଡମ୍ପ ଠାବ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି।

ସୂଚନା ଅନୁଯାୟୀ, କୋରାପୁଟ ମାଲକାନଗିରି ସୀମାନ୍ତ ବୋଇପାରିଗୁଡା ବ୍ଲକ୍‌ର ତେନ୍ତୁଳିଗୁମା ଜଙ୍ଗଲରେ ମାଓବାଦୀମାନେ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ନେଇ ପୁଲିସ ସୁରାକ ପାଇବାପରେ, ଏହି ସୂଚନା ଆଧାରରେ ଆଜି ସକାଳୁ କୋରାପୁଟ ଡିଭିଏଫ୍‌ର ୨୫ ଜଣିଆ ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଜଙ୍ଗଲ ଭିତରେ ତଲାସି ପରେ ଯବାନମାନେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକ ଡମ୍ପ ଠାବ କରିଥିଲେ।ଡମ୍ପରୁ ୬ଟି ଦେଶୀ ବନ୍ଦୁକ, ଗୋଟିଏ ବନ୍ଦୁକ ବ୍ୟାରେଲ, ବାରୁଦ, ୬ଟି କାର୍ତ୍ତୁଜ, ୧୧ଟି ଟିଫିନ୍ ବୋମା, ମାଓବାଦୀ ସହିତ, ଗୋଟିଏ କ୍ୟାମେରା ଓ ୨ଟି ଫ୍ଲାଶ ଲାଇଟ୍ ଜବତ କରାଯାଇଛି।

ଏହି ଅଭିଯାନ ସମ୍ପର୍କରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ପ୍ରେସମିଟ୍‌ରେ ସୂଚନା ଦେଇ କହିଛନ୍ତି ଯେ, ମାଓବାଦୀଙ୍କ ବିରୋଧରେ ସର୍ଚ୍ଚ ଅପରେସନ୍ ଆହୁରି ଜୋରଦାର କରାଯିବ ଏବଂ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL