Saturday, 5 September 2026
ମୁଖ୍ୟ ଖବର ରାଜ୍ୟ

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବାପାଙ୍କୁ ପଥରରେ ଛେଚି ହତ୍ୟା Bhubaneswar Horror: Father Killed in Stone Attack

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବାପାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୁଅକୁ ନେଇ ଚର୍ଚ୍ଚା। ଏହି ଘଟଣା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମଞ୍ଚନାଥ ବିହାର ଅଞ୍ଚଳରେ ଘଟିଛି। ମୃତକ ହେଲେ କଣ୍ଟ୍ରାକ୍ଟର କେ. ବିଶ୍ୱନାଥ।ବିଶ୍ଵନାଥ ଘର ଭିତରୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମଞ୍ଚେଶ୍ୱର ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରୁଛି। ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାର ସମସ୍ତ ପରିସ୍ଥିତି ସ୍ପଷ୍ଟ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି।

କଣ୍ଟ୍ରାକ୍ଟର କେ. ବିଶ୍ୱନାଥଙ୍କ ହତ୍ୟା ଘଟଣାରେ ପୁଅର ସମ୍ପୃକ୍ତି ନେଇ ସନ୍ଦେହ ବଢ଼ିଛି। ପୋଲିସ ମୃତକଙ୍କ ମୋବାଇଲ୍ ଫୋନ୍, କଲ୍ ରେକର୍ଡ ଓ ପାରିବାରିକ କଳହ ସମ୍ପର୍କିତ ଦିଗକୁ ଯାଞ୍ଚ କରୁଛି। ମଞ୍ଚେଶ୍ୱର ଥାନା ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ ଜାରି ରଖିଛି।

ସେପଟେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ମନାପାଲି ଗାଁରେ ଘରୋଇ କଳହ ଏକ ତୁମୁଳ ହତ୍ୟାକାଣ୍ଡର ରୂପ ନେଇଛି। ବାପା-ପୁଅଙ୍କ ମଧ୍ୟରେ ବଚସା ପରେ ଅଭିଯୁକ୍ତ ପୁଅ ଗୋବିନ୍ଦ ଭୋଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଧନେଶ୍ୱର ଭୋଇଙ୍କୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କୁ ବଞ୍ଚାଇବାକୁ ଯାଇ ସାନ ପୁଅ ମଧ୍ୟ ଆହତ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ଅଭିଯୁକ୍ତ ଗୋବିନ୍ଦ ଭୋଇଙ୍କୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଜାରିରଖିଛି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL