ପ୍ରଶ୍ନପତ୍ର ଲିକ୍ ବିଲ୍ ଉପରେ ଆଜି ଆଲୋଚନା ହୋଇଛି । ସଂସଦରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍, ଉପରେ ଆଲୋଚନା ହୋଇପାରେ । ବିରୋଧୀ ଦଳ ବିଲ୍ ଉପରେ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ବାଚସ୍ପତି ଓମ୍ ବିର୍ଲା, ସବୁ ବିରୋଧୀ ଦଳର ନେତା ମାନଙ୍କ ସହ ଆଲୋଚନା କରିବା ପରେ ବିରୋଧୀ ଦଳ ଗୁଡିକ ଆଲୋଚନାରେ ଭାଗ ନେବାକୁ ସମ୍ମତି ପ୍ରକାଶ କରିଛନ୍ତି ।
ଆଲୋଚନା କରିବାପାଇଁ ଆଜି ଦିନ ୧୨ଟାରେ ଏହି ନୂଆ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରେ । ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ ଗତକାଲି ସଂସଦରେ ଆଗତ କରାଯାଇଥିଲା । କେନ୍ଦ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବିଲ୍କୁ ଗୃହରେ ଉପସ୍ଥାପନ କରିଥିଲେ ।



