ଛତିଶଗଡ଼ର ବିଳାସପୁରରେ ଏକ କୋର୍ବା ଯାତ୍ରୀବାହୀ ଟ୍ରେନ୍ ଏବଂ ଏକ ମାଲବାହୀ ଟ୍ରେନ୍ ଧକ୍କା ହୋଇଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତଥାପି ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି ।
ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୪ଟାରେ ଏହି ଘଟଣା ଘଟିଛି। ରେଳ ଅଧିକାରୀମାନେ ଘଟଣାସ୍ଥଳରେ ସମସ୍ତ ସମ୍ବଳ ନିୟୋଜିତ କରିଛନ୍ତି ଏବଂ ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦୁର୍ଘଟଣା ସମ୍ପର୍କରେ ଏକ ସରକାରୀ ରେଳବାଇ ବିବୃତ୍ତି ଜାରି କରାଯାଇଛି।
ଘଟଣା ପରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣା ପରେ ତୁରନ୍ତ ମେଡିକାଲ ୟୁନିଟ୍ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ବର୍ତ୍ତମାନ, ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ଅନେକ ଯାତ୍ରୀବାହୀ ଏବଂ ଏକ୍ସପ୍ରେସ ଟ୍ରେନକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣା ପରେ, ରେଳବାଇ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ଏକ ବିବୃତ୍ତିରେ କୁହାଯାଇଛି, “ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ସୂଚିତ କରୁଛି ଯେ ଏକ ଅପ୍ରତ୍ୟାଶିତ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଯାତ୍ରୀ ଏବଂ ସେମାନଙ୍କ ପରିବାରର ସୁବିଧା ପାଇଁ ନିମ୍ନଲିଖିତ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।”



