Tuesday, 21 July 2026
ଅପରାଧ ଜ଼ିଲ୍ଲା ବାଲେଶ୍ଵର ମୁଖ୍ୟ ଖବର

ଚୋରା ଗ୍ୟାସ ବ୍ୟପାର ଚାଲିଥିବା ବେଳେ ମାଡି ବସିଲା ଯୋଗାଣ ଅଧିକାରୀ

 

ଆଗରେ ମିଠା ଦୋକାନ, ହେଲେ ପଛରେ ଲୁଚି ରହିଥିଲା ଚୋରା ଗ୍ୟାସର ଏକ ବଡ ରାକେଟ । ବେଆଇନ ସିଲିଣ୍ଡରକୁ ନେଇ ଚାଲିଥିଲା ଗ୍ୟାସ ରିଫଲିଙ୍ଗ, ମାଡି ବସିଲା ଯୋଗାଣ ଅଧିକାରୀ। ଗୋଟିଏ ଦୋକାନରୁ ୨୫ ଟି ସିଲିଣ୍ଡର ଜବଦ ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଳାହି ସ୍କୁଲଛକ ନିକଟରେ ଥିବା କାଳୀମାତା ସୁଇଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଏହି ଦୋକାନରେ ଆଗରେ ଚାଲିଥିଲା ମିଠା ବିକ୍ରି ଓ ପଛରେ ଚାଲିଥିଲା ଗ୍ୟାସର କଳାକାରନାମା କାହିଁ ଅନେକ ଦିନରୁ ଚାଲି ଆସୁଥିଲା ।

ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ଖବର ପାଇ ଆଜି ଚଢ଼ାଉ କରିଥିବା ବେଳେ ଘଟଣା ସ୍ଥଳରେ ଚାଲିଥିଲା କଥା କଟାକଟି । ଦୀର୍ଘ ସମୟ ଚଢ଼ାଉ ପରେ ୨୫ ଟି ଗ୍ୟାସ ସିଲିଣ୍ଡର ଜବଦ ସହିତ ଗ୍ୟାସ ଚୁଲାକୁ ମଧ୍ୟ ଜବଦ କରିଛନ୍ତି । ତେବେ ସାରା ଦେଶରେ ଗ୍ୟାସ୍ ସଂକଟ ଭିତରେ ଗୋଟିଏ ମିଠା ଦୋକାନରେ ଏଭଳି ରାକେଟ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ।ଏହି ସ୍ଥାନରୁ ପଡୋଶୀ ପଶ୍ଚିମ ବଙ୍ଗକୁ ମଧ୍ୟ ଚୋରା ଚାଲାଣ ହେଉଥିବା ଅଭିଯୋଗ ମଧ୍ୟ ଆଗରୁ ହୋଇଥିଲା

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL