Tuesday, 21 July 2026
ଜାତୀୟ ପାଣିପାଗ ମୁଖ୍ୟ ଖବର

ବାଦଲ ଫଟା ବର୍ଷାରେ ୯ ମୃତ୍ୟୁ, ୪୯ ରୁ ଅଧିକ ରାସ୍ତା ବନ୍ଦ

ହିମାଚଳ ପ୍ରଦେଶରେ ମୌସୁମୀର ଆଗମନ ଆଶ୍ୱସ୍ତି ଆଣିଛି ସତ ହେଲେ ଲୋକଙ୍କ ଦୈନଦିନ ଜୀବନରେ କଷ୍ଟ ମଧ୍ୟ ବଢି ଯାଇଛି । ସିମଲା, କାଙ୍ଗଡ଼ା, ଲାହୌଲ-ସ୍ପିତି ଏବଂ ଚମ୍ବା ଜିଲ୍ଲାରେ ଦୁର୍ଘଟଣାରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ଦିନ, ରାଜ୍ୟରେ ରୋହତାଙ୍ଗ, ବାରାଲାଚା ଏବଂ ଶିଙ୍କୁଲା ଘାଟିରେ ହାଲୁକା ତୁଷାରପାତ ହେବା ସହିତ ଅନେକ ଅଞ୍ଚଳରେ ବର୍ଷା ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ 49ଟି ରାସ୍ତା ବନ୍ଦ ହୋଇଯାଇଛି, ଏବଂ 42ଟି ଟ୍ରାନ୍ସଫର୍ମର ଖରାପ ଯୋଗୁଁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତଥାପି, ଧାନ ଏବଂ ମକା ଫସଲ ବୁଣା ପାଇଁ ବର୍ଷା ଅପେକ୍ଷା କରିଥିବା ଚାଷୀମାନେ ଆଶ୍ୱସ୍ତି ପାଇଛନ୍ତି। ଅନ୍ୟପଟେ ପ୍ରଶାସନ ସ୍ଥିତିକୁ ପରଖି ନିୟନ୍ତ୍ରଣରେ ଆଣିବାକୁ ଉଦ୍ୟମ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL