Tuesday, 20 October 2026
କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଗୋପ ସେଣ୍ଟ ଜାଭିୟର ହାଇସ୍କୁଲରେ ଧୁମଧାମରେ ଗୁରୁଦିବସ ପାଳନ…

ଗୁରୁ ହେଉଛନ୍ତି ଜୀବନର ପ୍ରଥମ ପଥପ୍ରଦର୍ଶକ। ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡ଼କୁ ନେଇଯାଆନ୍ତି ଗୁରୁ। ଗୁରୁ-ଶିଷ୍ୟ ପରମ୍ପରାର ଏହି ମହାନ ସମ୍ପର୍କକୁ ସ୍ମରଣ କରି କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ପାଳିତ ହୋଇଛି ଗୁରୁଦିବସ। ଗୋପସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲରେ ମଧ୍ୟ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି। ଗୁରୁଙ୍କ ପ୍ରତି ସମ୍ମାନ… ଗୁରୁଙ୍କ ପ୍ରତି କୃତଜ୍ଞତା… ଆଉ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ସ୍ମରଣ କରି ଉତ୍ସବମୁଖର ହୋଇଉଠିଥିଲା ଗୋପ ସେଣ୍ଟ ଜାଭିୟର ହାଇସ୍କୁଲ ପରିସର। […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ଧର୍ମ ମୁଖ୍ୟ ଖବର

କେନ୍ଦ୍ରାପଡ଼ାରେ ପାଳିତ ହେଲା ‘ଧର୍ମରକ୍ଷା ଦିବସ’….

ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ମରଣ କରାଗଲା ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଆୟୋଜିତ ହୋଇଛି ୧୮ତମ ବଳିଦାନ ସ୍ମୃତି ସମାରୋହ। ‘ଧର୍ମରକ୍ଷା ଦିବସ’ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ସାଧୁସନ୍ଥ, ସମାଜସେବୀ ଓ ଧର୍ମପ୍ରେମୀ। ପବିତ୍ର ଜନ୍ମାଷ୍ଟମୀ… ଆଉ ଏହି ପବିତ୍ର ଅବସରରେ ସ୍ମରଣ କରାଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ […]

କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

ଶହେରୁ ଊର୍ଦ୍ଧ୍ୱ ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ସରିତା

ଭାଇ-ଭଉଣୀର ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହି ଦିନରେ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘାୟୁ ଓ ସୁରକ୍ଷା କାମନା କରିଥାଏ। ହେଲେ ଏହି ପବିତ୍ର ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି ଆଳି ବ୍ଲକ ମେଣ୍ଢପୁର ଗ୍ରାମର ଯୁବତୀ ତଥା ପରିବେଶବିତ ସରିତା ସ୍ୱାଇଁ। ତାଙ୍କର ଏହି ନିଆରା ପ୍ରୟାସ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ‘ଗଛଟିଏ ଭାଇ ଟିଏ, ଗଛ […]

ଅପରାଧ କେନ୍ଦ୍ରାପଡ଼ା ଜ଼ିଲ୍ଲା ମୁଖ୍ୟ ଖବର

କଳଙ୍କିତ ସମାଜରେ କେହି ବି ସୁରକ୍ଷିତ ନୁହଁତି ଏମାନଙ୍କୁ…….

ମଣିଷ ଭୁଲିଗଲା କି ମାନବିକତା? ଆଜିର ସମାଜରେ ମାନବିକତା ଓ ସମ୍ବେଦନଶୀଳତାକୁ ନେଇ ଅନେକ ପ୍ରଶ୍ନ ଉଠାଉଥିବା ଏକ ଲଜ୍ଜାଜନକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଜଣେ ମାନସିକ ଭାବେ ଅସୁସ୍ଥ ଯୁବତୀଙ୍କୁ ଏକୁଟିଆ ପାଇ ଜଣେ ଯୁବକ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ […]

ଜ଼ିଲ୍ଲା

ଦକ୍ଷିଣୀଶୁର ମହାଦେବ ମନ୍ଦିର ରାସ୍ତା ନିର୍ମାଣ ଦାବିରେ ତାତିଲେ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଠରବାଟିଆ ଅଞ୍ଚଳର ଦକ୍ଷିଣୀଶୁର ମହାଦେବ ମନ୍ଦିରକୁ ଯିବା ପାଇଁ ଆଜି ବି ନିର୍ମାଣ ହୋଇପାରିନାହିଁ ସୁବିଧାଜନକ ରାସ୍ତା। ପ୍ରାୟ ଦୁଇ ବର୍ଷ ଧରି ରାସ୍ତା ସମସ୍ୟାରେ ଛଟପଟ ହେଉଛନ୍ତି ଅଞ୍ଚଳବାସୀ। ବର୍ଷା ହେଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡ଼ୁଛି। କାଦୁଅ ଓ ପାଣି ଭର୍ତ୍ତି ରାସ୍ତାରେ ଚାଲିବା ଲୋକଙ୍କ ପାଇଁ ପ୍ରାୟ ଦୁର୍ଘଟଣାକୁ ଆମନ୍ତ୍ରଣ ଦେବା ସଦୃଶ ହୋଇଯାଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣ ନେଇ ବାରମ୍ବାର […]

Uncategorized କେନ୍ଦ୍ରାପଡ଼ା ରାଜ୍ୟ

ଯିଏ ସାଜିଥିଲା ସାହାରା ଆଜି ତା ପରିବାର ବେସାହାରା

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ବନ୍ୟାର କରାଳ ରୂପ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ବନ୍ୟାର କରାଳ ରୂପ ଯୋଗୁଁ ନଦୀକୂଳିଆ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଳି ଧୋୟା ଅଞ୍ଚଳରେ ଏବେ ବି ପ୍ରାୟ ୫ ଫୁଟ୍‌ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଅନେକ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକଙ୍କୁ […]

ଅପରାଧ ମୁଖ୍ୟ ଖବର ରାଜ୍ୟ ଖବର

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଭୂ ବଳଦେବଜୀୟୁଙ୍କ ତାଳଧୋଜ ରଥ ଗଢ଼ା କାଯ୍ୟ ପ୍ରାୟତଃ ଶେଷ ହେବା ଉପରେ ! ପବିତ୍ର ସ୍ନାନପୂର୍ଣ୍ଣିମା ପରଠାରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅଳ୍ପ କିଛି କାର୍ଯ୍ୟ ବାକି ରହିଛି। ରଥ ନିର୍ମାଣ କାର୍ଯ୍ୟରେ ୨୪ ଜଣ ମହାରଣା ସେବାୟତ ନିଯୋଜିତ ଅଛନ୍ତି । […]

Suchana Tv @2025. All Rights Reserved || Developed By CBSPL