Tuesday, 21 July 2026
ଅପରାଧ ମୁଖ୍ୟ ଖବର ରାଜ୍ୟ ଖବର

ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର

ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଭୂ ବଳଦେବଜୀୟୁଙ୍କ ତାଳଧୋଜ ରଥ ଗଢ଼ା କାଯ୍ୟ ପ୍ରାୟତଃ ଶେଷ ହେବା ଉପରେ !

ପବିତ୍ର ସ୍ନାନପୂର୍ଣ୍ଣିମା ପରଠାରୁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ପ୍ରଭୁ ବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅଳ୍ପ କିଛି କାର୍ଯ୍ୟ ବାକି ରହିଛି। ରଥ ନିର୍ମାଣ କାର୍ଯ୍ୟରେ ୨୪ ଜଣ ମହାରଣା ସେବାୟତ ନିଯୋଜିତ ଅଛନ୍ତି ।

 

ଜୁଲାଇ ୩ ତାରିଖରେ ରଥର ମେଡ ଭଙ୍ଗା ଓ ମେଡ ବାନ୍ଧିବା କାର୍ଯ୍ୟ ସମ୍ପନ୍ନ ହେବ। ଏହି କାର୍ଯ୍ୟର ତଦାରଖ ପାଇଁ ଜଣେ ବରିଷ୍ଠ  ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବାମ ଓ ଡାହାଣ ମେଡର ସଠିକ୍ ସଂଯୋଜନ ସହ ସୁରକ୍ଷା ଦିଗକୁ ମଧ୍ୟ ଯାଞ୍ଚ କରାଯିବ। ଏଥିସହ ପୁରୀରୁ ଅଭିଜ୍ଞ ସେବାୟତମାନଙ୍କୁ ଆମନ୍ତ୍ରଣ କରାଯାଇ ରଥର ବିଭିନ୍ନ କାର୍ଯ୍ୟର ତଦାରଖ କରାଯିବ ବୋଲି ବଳଦେବଜୀଉ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି।

 

ଅନ୍ୟପକ୍ଷରେ ଚଳିତ ରଥଯାତ୍ରାକୁ ସୁରକ୍ଷା ବ୍ୟବସ୍ଥା ଉପରେ  ବିଶେଷ ଗୁରୁତ୍ୱ ଦିଆଯାଇଛି। ମନ୍ଦିର କମିଟି ପକ୍ଷରୁ ପ୍ରଶାସନକୁ ଜନ୍ୟଦୀଆଯାଇଛି କି ରଥ ଯାତ୍ରା କାମ ସୁରୁଖୁରୁରେ ସରିବା ପାଇଁ   ପ୍ରଶାସନକୁ ଅବଗତ କରାଯାଇଅଛି ।  ପୂର୍ବ ବର୍ଷର ସଂଖ୍ୟା କମ୍ ଥିବାରୁ ଅଧିକ ପୋଲିସ ମୁତୟନ କରାଗଲେ ପକେଟମାରୁ  ଓ  ଅପ୍ରୀତିକର ପରିସ୍ଥିତିକୁ  ମୁକାବିଲା ପାଇଁ ଅବଗତ କରାଯାଇଅଛି ।

 

ରଥଯାତ୍ରାର ସୁଚାରୁ ପରିଚାଳନା, ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଖୁବ୍ ଶୀଘ୍ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL