Sunday, 17 May 2026
ଅପରାଧ ବାଲେଶ୍ଵର

କଳା କାରନାମାରେ ପୋଲିସ ବାବୁଙ୍କ ରେକର୍ଡ

ପୋଲିସ ବାବୁଙ୍କ କଳା କାରନାମା ପଡିଲା ପଦାରେ ଯାହାକୁ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହେଇଯିବ ଆଂଜ୍ଞା ହଁ କର୍ମଦ୍ଦା ଥାନାରେ କାମ କରୁଥିବା ASI ଗୁରୁଚରଣ ବେହେରା ନିଲମ୍ବିତ ହୋଇଛନ୍ତି ଏବଂ ତାଙ୍କୁ ନିଲମ୍ବିତ କରିଛନ୍ତି ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକର। ସୂଚନା ଅନୁଯାୟୀ ବାବୁ କୁଆଡେ କର୍ମଦ୍ଦା ଥାନାର ଏଏସାଆଇ ହୋଇ ୬ ମାସ ରହିବା ଭିତରେ ବାଲି ମାଫିଆ, ଜମି ଦଲାଲ, ଇଟା ବ୍ୟବସାୟୀ, ଦେଶୀ, ବିଦେଶୀ ମଦଭାଟି, ଗୋରୁ ବେପାରୀ, ଧଳା ଜହର ବ୍ୟବସାୟୀ ଓ ବିଭିନ୍ନ ଯାନବାହାନ ମାଲିକଙ୍କଠାରୁ କୋଟି କୋଟି ଟଙ୍କା ନେଇଥିବା କଥା ଏବେ ସାମ୍ନାକୁ ଆସିଛି ।

ଏଥି ସହିତ ବିଭିନ୍ନ କେସ୍‌କୁ ରଫାଦଫା କରିବା ପାଇଁ ଲୋକଙ୍କଠାରୁ ମୋଟା ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଆଜିକାଲି ଭିଜିଲାନ୍ସର ଭୟ ରହୁଥିବାରୁ ଏଏସାଆଇ ବାବୁ ଲୋକଙ୍କଠାରୁ ସିଧାସଳଖ ଅର୍ଥ ନନେଇ ଦଲାଲଙ୍କ ମାଧ୍ୟମରେ କୁଆଡେ ଅର୍ଥ ନେଇଥିବା ସାଧାରଣରେ ଆଲୋଚନା ହେଉଛି, ହେଲେ ସବୁଠାରୁ ବଡ଼ କଥା ଗୁରୁଚରଣ ବେହେରା ଖଇରା ଥାନାରେ ଥିବାବେଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଏନେଇ ଏକ କଲ ରେକର୍ଡିଙ୍ଗ ଆମର ହସ୍ତଗତ ହୋଇଛି।

ମାତ୍ର ଥାନାରେ କାର୍ଯ୍ୟକାଳ ଭିତରେ କାର୍ଯ୍ୟରେ ଅବହେଳା ସହିତ ବେନିୟମ କାର୍ଯ୍ୟ ଓ ବିଭିନ୍ନ ପ୍ରକାର ଅଭିଯୋଗ ମୂଳେ ତାଙ୍କୁ ଶନିବାର ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଛି ଏବଂ ବାଲେଶ୍ବର ମୁଖ୍ୟାଳୟରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL