Sunday, 17 May 2026
ଅନ୍ତର୍ଜାତୀୟ

ପାଳିତ ମା ହୋଇ ଝିଅକୁ କଲା ପ୍ରତାରଣା ଦେଲା ମାନସିକ ନିର୍ଯାତନା!

ମା…. ଏହି ଗୋଟାଏ ଶବ୍ଦଟି କୋଟି ବ୍ରହ୍ମାଣ୍ଡରେ କମ୍ପନ ସୃଷ୍ଟି କରେ । ସେ ଏମିତି ଏକ ଶବ୍ଦ ଜାହା ନା ଶୁଣିଲେ ଦୁନିଆ ର ଖୁସି ଜଣା ପଡେ । ଆଉ ସେଇ ଶବ୍ଦ ରେ ଥାଏ ଏମିତି ଏକ ଶକ୍ତି ଯାହା ସମୟ କଣ ଭାଗ୍ୟ ବି ବଦଳେଇ ପାରେ । ସେ ଜନ୍ମିତ ମାତା ହଉ କି ପାଳିତ ମା । କଥାରେ ଅଛି ମା ପଛେ କରୁ ଯେତେ ଛ୍ଛଳନା ତା ସ୍ନେହ ରେ ନାହିଁ କଳନା କିନ୍ତୁ ସେ ମା ପୁଣି ଏତେ ନୀଷ୍ଟୁର ହୋଇପାରେ ତାହା ଏଠି ପ୍ରମାଣିତ ହୋଇଛି।

ସୁଦୂର ଆମେରିକାରୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଏମିତି ଏକ ଭିଡିଓ ଯାହାକୁ ଦେଖିଲେ କିଛି ସମୟ ପାଇଁ ଆପଣ ସ୍ତବ୍ଦ ହୋଇଯିବେ। ଆଉ ନିରବ ହୋଇ ଭାବିବେ, ସତରେ କଣ ମା ଏମିତି କରିପାରେ। କଥାରେ ଅଛି ବାପା ଥିବା ପୁଅ ସଭାରେ ହାରେନା ମା ଥିବା ଝିଅ କାହାକୁ ଡରେନା। କିନ୍ତୁ ଏଠି ତାହା ଭୁଲ ବୋଲି ପ୍ରମାଣିତ ହୋଇଛି।

କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ । ପୋଷ୍ୟ କନ୍ୟା ଭାବେ ନେଇଥିବା ମହିଳା ତାଙ୍କୁ ସେଠାରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁଯାଇ ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା’ଙ୍କ ସହ ଯାତ୍ରା କରୁଥିବା ବେଳେ ହଜିଯାଇଥିଲେ । ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ।

ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା।

କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ତାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା କେବେ ରାଜ୍ୟ ସରକାର ସେଜନ ଜୋନଙ୍କୁ ସାହଯ୍ୟ କରୁଛନ୍ତି ଏବଂ କେବେ ସେଜନ୍ ଉଦ୍ଧାର ପାଉଛନ୍ତି।

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL