ନିର୍ବାଚନ ଆସେ ଯାଏଁ, ଆଉ ଜନତାହିଁ ନିସ୍ପତ୍ତି କରନ୍ତି କିଏ ପିନ୍ଧିବ ବିଜୟର ଟିକା । କିଏ ହେବ ସିଂହାସନର ମଉଡ ମଣୀ । ସେଥିପାଇଁ ବୋଧୂଏ ଯେବେଯେବେ ଯେଉଁଠି ଆଉ ଯେଉଁସମୟରେ ନିର୍ବାଚ ହୁଏ ସେବେସେବେ ସେଇଠି ସେଇଠି ଲୋକଙ୍କ ଉପରେ ଯୋଜନାର ବର୍ଷା ଗୋଟିଏ ପରେ ଗୋଟିଏ ହୁଏ । ଆଉ ସାଧାରଣ ଲୋକଙ୍କରୁ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି ନେତା । ତଥାପି କିଅ ଜିତିବ ଆଉ କିଏ ହାରିବ ସେବି ଭାଗ୍ୟ ଉପରେ ନିର୍ଭର କରେ । ଭାଗ୍ୟର କଥା ସେତେବେଳେ ବେଶି ଆସେ ହାରିବା ଲୋକଟିର ଭୋଟବ୍ୟବଧାନ ଯେତେବେଳେ ବହୁତ୍ କମ୍ ରହିଥାଏ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡୁରେ । ତାମିଲନାଡୁରେ ରୋମାଞ୍ଚକର ଫାଇଟ୍, ମାତ୍ର ଗୋଟିଏ ଭୋଟରେ ମନ୍ତ୍ରୀଙ୍କୁ ହରାଇଲା TVK ! ତାମିଲନାଡୁ ବିଧାନସଭା ନିର୍ବାଚନ ଫଳାଫଳରେ ଏମିତି ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ରାଜ୍ୟର ରାଜନୀତିକୁ ହଲାଇ ଦେଇଛି । ଶିବଗଙ୍ଗା ଜିଲ୍ଲାର ତିରୁପ୍ପତ୍ତୁର ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ ହେବାରୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସସ୍ପେନ୍ସ ଜାରି ରହିଥିଲା । ପ୍ରତି ରାଉଣ୍ଡରେ ଚିତ୍ର ବଦଳୁଥିଲା । କେବେ TVK ଆଗରେ ଥିଲା, ତ କେବେ DMK ପ୍ରାର୍ଥୀ ଆଗକୁ ବଢ଼ୁଥିଲେ । ଫଳରେ ଗଣତି କେନ୍ଦ୍ରରେ ଉତ୍ସାହ, ଉତ୍କଣ୍ଠା ଓ ହାଇଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । DMK ସରକାରର ପ୍ରଭାବଶାଳୀ ମନ୍ତ୍ରୀ କେ.ଆର ପେରିୟାକାରୁପ୍ପାନ ଏହି ଆସନରୁ ନିର୍ବାଚନ ଲଢୁଥିବା ବେଳେ, ଅଭିନେତା ବିଜୟଙ୍କ ଦଳ TVK ପକ୍ଷରୁ ଶ୍ରୀନିବାସ ସେତୁପତି ପ୍ରାର୍ଥୀ ହୋଇଥିଲେ । ଆରମ୍ଭରୁ ହିଁ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିଲା ।

30ଟି ରାଉଣ୍ଡ ଗଣତି ହେବାକୁ ଥିବା ବେଳେ 29ତମ ରାଉଣ୍ଡ ଶେଷ ସୁଦ୍ଧା ମନ୍ତ୍ରୀ ପେରିୟାକାରୁପ୍ପାନ ମାତ୍ର 30 ଭୋଟରେ ଆଗୁଆ ଥିଲେ । DMK ଶିବିରରେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଶେଷ ରାଉଣ୍ଡରେ ହଠାତ୍ ଚିତ୍ର ପୂରା ପଲଟିଗଲା । ଅନ୍ତିମ ଗଣନା ପରେ TVK ପ୍ରାର୍ଥୀ ଶ୍ରୀନିବାସ ସେତୁପତି ମାତ୍ର ଗୋଟିଏ ଭୋଟରେ DMK ମନ୍ତ୍ରୀଙ୍କୁ ପରାସ୍ତ କରିଥିବା ଘୋଷଣା ହେଲା । ଫଳାଫଳ ପ୍ରକାଶ ପାଉଥିବା ସହ TVK କର୍ମୀମାନେ ଉଲ୍ଲାସରେ ଫାଟିପଡ଼ିଥିଲେ । ଗଣତି କେନ୍ଦ୍ର ବାହାରେ “ଥାଲାପତି ବିଜୟ ଜିନ୍ଦାବାଦ” ନାରାରେ ପରିବେଶ କମ୍ପିଉଠିଥିଲା । ଚୂଡ଼ାନ୍ତ ତଥ୍ୟ ଅନୁସାରେ, TVK ପ୍ରାର୍ଥୀ ଶ୍ରୀନିବାସ ସେତୁପତି 83,365 ଭୋଟ୍ ପାଇଥିବା ବେଳେ DMK ପ୍ରାର୍ଥୀ ପେରିୟାକାରୁପ୍ପାନ 83,364 ଭୋଟ ପାଇଥିଲେ । ଅର୍ଥାତ୍ ମାତ୍ର ଗୋଟିଏ ଭୋଟ୍ ଏହି ହାଇଭୋଲ୍ଟେଜ୍ ଆସନର ଭାଗ୍ୟ ନିର୍ଣ୍ଣୟ କରିଦେଲା ।ଏପଟେ ସମଗ୍ର ତାମିଲନାଡୁରେ ମଧ୍ୟ TVK ଚମତ୍କାର ପ୍ରଦର୍ଶନ କରିଛି । ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ଦଳ 234 ଆସନରୁ 108ଟି ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି ।
