Tuesday, 21 July 2026
ଜାତୀୟ ବିଜେଡି ବିଜେପି ରାଜନୀତି ରାଜ୍ୟ ଖବର

ସୁଜାତାଙ୍କୁ ନେଇ ବିଜେଡିରେ ନୂଆ କାହାଣୀ!

କୁହୁଳୁଛି ଚାମେଲି ନିଆଁ।  କାହାକୁ ଛାଡିବେନି ତିଖିରି ସରପଞ୍ଚ।

ବିଜେପିକୁ ହରେଇବାକୁ ବିରାଟ ପ୍ଲାନ୍।   ଭିତିରିଆ ସୁଜାତାଙ୍କ ସହ କଥା ହେଲେ ଚାମେଲି ଓଝା। ଏବେ  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଛାତି ଧଡ ଧଡ । ବାଟରେ ପଡି ଦାଣ୍ଡରେ ଗଡ଼ିଲା ସବୁ ପ୍ଲାନ । ସେପଟେ  ଗେମ୍ ବଦଳେଇବାକୁ ବିଜେପିର ଉପର ମହଲରେ ବସିଲାଣି ରୁଦ୍ଧ ଦ୍ବାର ବୈଠକ।  ଶ୍ରୀମୟୀ ମିଶ୍ର କେମିତି  ବିଜେଡିକୁ ପାନେ ଦେବେ  12ନେତାଙ୍କୁ ନେଇ ଚାଲିଛି   ଅସଲ ଫିଲ୍ମ ର ଟ୍ରେଲର ପ୍ରସ୍ତୁତି । ଖୁବ ଶୀଘ୍ର ସାମନାକୁ  ଆସିବ  ମହିଷା ସୁରର ଅସଲ ଭୂମିକା ।

ସୁଜାତା ଏଣ୍ଟ୍ରି କରୁକରୁ ଆକ୍ସନ ମୁଡ୍ ରେ ଶ୍ରୀମୟୀ ସତ କହିବାକୁ ଗଲେ  ସହିପାରୁନାହାନ୍ତି ଗେରୁଆ ବାବୁମାନେ ବିଜେଡିର ଗୋଟି ଚାଳନା ।

ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ  ଅସଦା ଚରଣ, ମାଡ ମରା ଘଟଣାକୁ ସବୁ ବୁଝିବା ପରେ, ନବାଗତ ନେତ୍ରୀ ଭିକେ ଙ୍କ ସହଧର୍ମିଣୀ  ସୁଜାତା କଲେ ଦମଦାର ଏଣ୍ଟ୍ରି । ଓଡିଶା ସାରା ପଡିଛି ଚହଳ ।   ରାଜଧାନୀରୁ ଆରମ୍ଭ କରି   କେନ୍ଦ୍ରାପଡ଼ା ଯାଏ ପୁଲିସ  ତଦନ୍ତ କରିବା ପରେ କେନ୍ଦ୍ରାପଡ଼ା  ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପୁଣି କମ୍ପୁଛି ।

ବିଡ଼ିଓ ଓ ଆଇଆଇସିଙ୍କୁ ଘାରିଲାଣି ଚିନ୍ତା ଏବେ କଣ କରିବେ।  ବିଡ଼ିଓ ବାବୁ ଏବେ  କାହିଁକି ଅଣ୍ଡର-ଗ୍ରାଉଣ୍ଡ, ଆଇଆଇସି ପ୍ରମାଣ ସହ କେସ୍ କୁ ପ୍ରମାଣିତ କରିପାରିନଥିବା ବେଳେ ଅଞ୍ଚଛା କିଳାକୁ ଡାକି ହରଡ଼ଘଣାରେ । ଏହା  ଦ୍ବାରା ସାରା ରାଜ୍ୟରେ ଏବେ ଚାମେଲି କେସ୍ ଥମିବାର ନାଁ ଧରୁନି! ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି ସରାକାରୀ ବାବୁ ଏବଂ ସରକାର ଦୋଷ ଛଡା ହେବା ପାଇଁ  ଚାଲିଛି ବଡ଼ ପ୍ଲାନ୍। ଚାମେଲି କେସ୍ ରେ କାହା ଉପରେ ପଡୁଛି ମହାକାଳ ପଥର, କିଏ ଖସିବ କିଏ ଫସିବ ତାହା ଦେଖିବାକୁ ବାକି ରହିଲା!

 

Leave a Reply

Your email address will not be published. Required fields are marked *

Suchana Tv @2025. All Rights Reserved || Developed By CBSPL