ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ମରଣ କରାଗଲା ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ। କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଆୟୋଜିତ ହୋଇଛି ୧୮ତମ ବଳିଦାନ ସ୍ମୃତି ସମାରୋହ। ‘ଧର୍ମରକ୍ଷା ଦିବସ’ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିଲେ ସାଧୁସନ୍ଥ, ସମାଜସେବୀ ଓ ଧର୍ମପ୍ରେମୀ।
ପବିତ୍ର ଜନ୍ମାଷ୍ଟମୀ… ଆଉ ଏହି ପବିତ୍ର ଅବସରରେ ସ୍ମରଣ କରାଗଲା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ।
କେନ୍ଦ୍ରାପଡ଼ା ଇଚ୍ଛାପୁରସ୍ଥିତ ପ୍ରଭୁ ବଳଦେବଜୀଉଙ୍କ ଯାତ୍ରୀ ନିବାସ ପରିସରରେ ଧର୍ମଜାଗରଣ ସମନ୍ୱୟ ପକ୍ଷରୁ ଅନୁଷ୍ଠିତ ହୋଇଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଜୀଙ୍କ ୧୮ତମ ବଳିଦାନ ସ୍ମୃତି ସମାରୋହ।
‘ଧର୍ମରକ୍ଷା ଦିବସ’ ଭାବେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ମଠ ଓ ମନ୍ଦିରରୁ ସାଧୁସନ୍ଥମାନେ ଯୋଗଦେଇଥିଲେ। ଧର୍ମ ଓ ସଂସ୍କୃତିର ସୁରକ୍ଷା, ସାମାଜିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଚେତନାକୁ ନେଇ ଏହି ଅବସରରେ ମତବ୍ୟକ୍ତ କରାଯାଇଥିଲା।
ସମାରୋହରେ ଧର୍ମଜାଗରଣ ଜିଲ୍ଲା ପ୍ରମୁଖ ରାଜେନ୍ଦ୍ର ଗିରି, ଜିଲ୍ଲା ସହ-ସଂଯୋଜକ ଶଶାଙ୍କ କୁମାର ଜେନା, ନଗର ପ୍ରମୁଖ ଅଭିଜିତ ଦାସ ଏବଂ ଜିଲ୍ଲା ପ୍ରଶାସନିକ ପ୍ରମୁଖ ମାଧବ ଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସମାଜସେବୀ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।
ସମାଜସେବୀ ଶୁଭେନ୍ଦୁ ପତ୍ରି, ସୁଶୀଲ ଦାସ, ଲକ୍ଷ୍ମୀସାଗର ମହାନ୍ତି, ଜ୍ଞାନରଞ୍ଜନ ଦାସ, ପ୍ରଦୀପ ସାମଲ, ପଙ୍କଜ ପ୍ରଧାନ, ପୁନଃଚନ୍ଦ୍ର ଦାସ ଓ ବିନୟ ସ୍ୱାଇଁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନକୁ ସ୍ମରଣ କରିବା ସହ ଧର୍ମ ଓ ସଂସ୍କୃତିର ସୁରକ୍ଷା ପାଇଁ ସମାଜକୁ ଏକଜୁଟ ହେବାର ଆହ୍ୱାନ ସହ ଶେଷ ହୋଇଥିଲା ଏହି ସ୍ମୃତି ସମାରୋହ।

